ଆଗ୍ରା ( ଏଟିଆର ବ୍ୟୁରୋ) ; ଆଗ୍ରାସ୍ଥିତ ବିଜୟନଗର ଠାରେ ଲକ୍ଷାଧିକ ଲୋକଙ୍କ ଗହଣରେ ବହୁ ଜାକଜମକରେ ହେଉଛି ସୀତାରାମଙ୍କର ବାହାଘର । ଏହି ତିନି ଦିନିଆ ବାହାଘର ପାଇଁ ପୁରା ସହରଟିକୁ ପୌରାଣିକ ସହର ଜନକପୁରି ରୁପେ ସଜାଯାଇଛି । ସୁପରିଟେଣ୍ଡଣ୍ଟ ଅଫ ପୋଲିସ ପ୍ରଶାନ୍ତ ବର୍ମାଙ୍କ ମତରେ, ଏହା ଏକ ବିରାଟ କାର୍ଯ୍ୟକ୍ରମ । ଏଣୁ ଆମେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛୁ ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କର ବରଯାତ୍ରୀ ଦଳ ବାହାରିବ । ଯେଉଁଥିରେ ଲକ୍ଷାଧିକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ୮ କିଲୋମିଟରର ରାସ୍ତା ପାଇଁ ପ୍ରାୟ ଏକ ହଜାର ପୋଲିସ ନିଯୁକ୍ତ ହୋଇଛନ୍ତି । ରିଙ୍ଗରୋଡ଼ ଏବଂ ସୁଲତାନ ଗନି ପୋଲିସ ପୋଷ୍ଟ ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯାଗାରେ ଫାୟାରବ୍ରିଗେଡ଼ ଏବଂ ଆମ୍ବୁଲାନ୍ସ ଗାଡ଼ି ନିଯୁକ୍ତ କରାଯାଇଥିବା ସେ କହିଛନ୍ତି । ଘୋଡା, ହାତି, ଓଟ ଏବଂ ପ୍ରାୟ ଏକ ଡ଼ର୍ଜନ ବ୍ୟାଣ୍ଡ ପାର୍ଟି ସହ ପ୍ରଭୁ ଶ୍ରୀରାମଙ୍କ ବରଯାତ୍ରୀ ଶନିବାର ସନ୍ଧ୍ୟା ସୁଧା ଜନକପୁରୀରେ ପହଁଚିବ ।
ଏହି ରାମଲୀଳା ଉତ୍ତର ଭାରତର ସବୁଠାରୁ ବଡ ଏବଂ ପୁରାତନ ପୌରାଣିକ କାର୍ଯ୍ୟକ୍ରମ । ଯାହା ୧୮୮୦ ମସିହାରେ ଆରମ୍ଭ ହୋଇଥିଲା । ଏଣୁ ଆଖପାଖ ଜିଲ୍ଲାର ଲକ୍ଷାଧିକ ଲୋକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆଗ୍ରା ଆସିଥାନ୍ତି । ଲକ୍ଷାଧିକ ଭକ୍ତଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଛି । ରାମଲିଳା କମିଟି ମୁଖ୍ୟ ଶ୍ରୀ ଭଗବାନ ଅଗ୍ରୱାଲ କହିଛନ୍ତି ଯେ ପ୍ରାୟ ୧୪ଟି ବ୍ୟାଣ୍ଡ ପାର୍ଟି ଏହି ଯାତ୍ରାରେ ସାମିଲ ହୋଇଛନ୍ତିା ଏହାସହ ବ୍ରଜ କୀ ହୋଲି, ଶିବପାର୍ବତି,ରାଧାକ୍ରିର୍ଷ୍ଣା,ଦାଣ୍ଡିଆ ଏବଂ ଭାଙ୍ଗଡ଼ା ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ ବୋଲି ସେ କହିଛନ୍ତି ।
ପ୍ରଭୁ ଶ୍ରୀରାମଙ୍କର ବରଯାତ୍ରୀ ଦଳ ମାନକାମେଶ୍ୱର ମନ୍ଦିରରୁ ବାହାରି ଆଗ୍ରା କିଲ୍ଲା ନିକଟସ୍ଥ ରାମଲିଳା ପଡିଆ ପର୍ଯ୍ୟନ୍ତ ଯିବ । ଯାହାକୁ ଜନକପୁରି ରୁପେ ସଜାଯାଇଛି । ପ୍ରତିବର୍ଷ ଜନକପୁରୀ ସହର ନୂତନ ରୁପରେ ତିଆରି କରାଯାଏ । ଯେଉଁଥି ପାଇଁ ନଗରନିଗମ ତରଫରୁ ସେହି ଅଂଚଳର ରାସ୍ତାଘାଟ ଏବଂ ନାଳନର୍ଦ୍ଦମା ସଫା କରିବା ପାଇଁ ପ୍ରଚୁର ପରିମାଣର ପାଣ୍ଠି ଯୋଗାଇଥାଏ ।