ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କ ପାଇଁ ବଡ ଉପହାର ଆଣିଦେଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) । ଉପହାର ସହିତ ବ୍ୟାଙ୍କ ପକ୍ଷରୁ ନୂତନ ସୁବିଧା ମଧ୍ୟ ଲାଗୁ କରାଯାଇଛି । ଆଜ୍ଞା ହଁ ଏବେ ବିନା ଏଟିଏମ୍ କାର୍ଡରେ ଗ୍ରାହକ ଟଙ୍କା ଉଠାଇ ପାରିବେ । ଏହି ସେବା କେବଳ ଏସବିଆଇ ଜାରି କରିଛି । ଯାହାର ନାଁ ରହିଛି ୟୁନୋ କ୍ୟାଶ । ତେବେ ଆସନ୍ତୁ ଜାଣିବା କିଭଳି କାମ କରିବ ଏସବିଆଇର ୟୁନୋ କ୍ୟାଶ ଫିଚର ଏବଂ କିଭଳି ଭାବେ ବିନା ଏଟିଲଏମରେ ଆପଣ କ୍ୟାଶ ଉଠାଇ ପାରିବେ ।
ବର୍ତ୍ତମାନ ଦେଶର ୧୬,୫୦୦ ଏଟିଏମ୍ ରେ ଏହି ନିୟମ ଲାଗୁ କରାଯାଇଛି । ସବୁଠୁ ବଡ ପ୍ରଶ୍ନ ହେଉଛି ଗ୍ରାହକ ଏହି ସେବାର ଫାଇଦା କିଭଳି ଉଠାଇବେ । ସେଥିପାଇଁ ପ୍ରଥମେ ଆପଣଙ୍କ ଫୋନ୍ ରେ ଏସବିଆଇ ର ୟୁନୋ ମୋବାଇଲ ଆପ୍ ଡାଉନଲୋଡ କରିବାକୁ ହେବ । ଏହା ପରେ ଛଅ ଅଙ୍କ ବିଶିଷ୍ଟ ଏକ ୟୁନୋ ପିନ୍ ସେଟ୍ତ କରିବାକୁ ପଡିବ । ଯଦି ଆପଣ ବିନା ଏଟିଏମ୍ କାର୍ଡରେ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି ଆପଣଙ୍କୁ ସେଥିପାଇଁ ୟୁନୋ ଆପ୍ କୁ ଅନୁରୋଧ କରିବାକୁ ପଡିପରେ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ଛଅ ଅଙ୍କ ବିଶିଷ୍ଟ ଏକ ପିନ୍ ଆସିବ । ଏହି ପିନ୍ ଜରିଆରେ ଆପଣଙ୍କ ଯେକୌଣସି ଆଖପାଖ ଏଟିଏମରୁ ଟଙ୍କା ଉଠାଇ ପାରିବେ । ମାତ୍ର ଧ୍ୟାନ ରଖିଥିବେ କି ଏହି ପିନ୍ ର ବୈଧତା କେବଳ ୩୦ ମିନିଟ୍ । କାରଣ ମୋବାଇଲକୁ ପିନ୍ ଆସିବାର ୩୦ ମିନିଟ୍ ପରେ ତାହା ଏକ୍ସପାୟର ହୋଇଯିବ । ଯାହାଫଳରେ ଆପଣ ଟଙ୍କା ଉଠାଇ ପାରିବେ ନାହିଁ ।
ରିପୋର୍ଟ ଅନୁଯାୟୀ ଏହି ସୁବିଧା ଦେଶର ସମସ୍ତ ଏଟିଏମରେ ଦିଆଯାଇ ନାହିଁ । କେବଳ ୧୬,୫୦୦ ଏଟିଏମ୍ ରେ ୟୁନୋ କ୍ୟାଶ ପଏଣ୍ଟର ସୁବିଧା ଦିଆଯାଇଛି । ଏଠାରୁ ଆପଣ ବିନା ଏଟିଏମ୍ କାର୍ଡରେ ଟଙ୍କା ଉଠାଇ ପାରିବେ ।
ଗ୍ରାହକଙ୍କ ସୁବିଧା ପାଇଁ ସବିଆଇ ପକ୍ଷରୁ ଏହି ଆପ୍ କୁ ୨୦୧୭ ରେ ଲଞ୍ଚ କରାଯାଇଥିଲା । ଏହି ଆପ୍ ଜରିଆରେ ଆପଣ ଜିନିଷ ମଧ୍ୟ କ୍ରୟ କରି ପାରିବେ । ଆପ୍ ଟି କେବଳ ଗୁଗଲ ପ୍ଲେ-ଷ୍ଟୋରରୁ ଏପର୍ଯ୍ୟନ୍ତ ଗୋଟେ କୋଟି ରୁ ଅଧିକ ସମୟ ଡାଉନଲୋଡ କରାଯାଇଛି । ଆଇ ଫୋନ୍ ପାଇ ମଧ୍ୟ ଏହି ୟୁନୋ ଆପ୍ ଉପଲବ୍ଧ ଅଛି ।