ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ଲୋକଙ୍କ ପାଇଁ ସବୁଠାରୁ ଅଧିକ ଜରୁରୀ ଟଙ୍କା ହୋଇପଡିଛି । ଟଙ୍କା ପାଇଁ ଲୋକେ କଣ ନାଇ କଣ କରିପକାଉଛନ୍ତି । ଏହି ଟଙ୍କା ପାଇଁ ଆଫ୍ରିକାର ନାଇଜେରିଆରେ ଛୁଆ ଜନ୍ମ କରାଇବାର ଫ୍ୟାକ୍ଟ୍ରି ଚାଲିଛି । ‘ବେବି ଫାର୍ମିଂ’ ନାମରେ ଏହି ଧନ୍ଦା ଏବେ ଭୟାନକ ରୂପ ନେଇଛି ।
କମ ବୟସର ଆଫ୍ରିକି ଏବଂ ବିଦେଶୀ ଝିଅମାନଙ୍କୁ ଏଠାରେ ଜବରଦସ୍ତ ଗର୍ଭବତୀ କରାଇବା ସହ ପିଲା ଜନ୍ମ କରାଇବା ପାଇଁ କୁହାଯାଇଥାଏ । ପ୍ରକୃତରେ ଯେଉଁ ଦମ୍ପତି ମାନଙ୍କର କୌଣସି ପିଲା ଛୁଆ ନାହାଁନ୍ତି ସେମାନଙ୍କୁ ପିଲା ବିକ୍ରି କରିବା ପାଇଁ ଏଠାରେ ଏଭଳି ଏକ ଧନ୍ଦା ଆରମ୍ଭ ହୋଇଛି । ସେଥିପାଇଁ ନିଃଶନ୍ତାନ ଦମ୍ପତ୍ତି ମଧ୍ୟ ମୋଟା ଅଙ୍କର ରାଶି ଦେବା ପାଇଁ ପ୍ରସ୍ତୁତ । ଏନେଇ କିଛି ମହିଳା ଏବଂ ଝିଅମାନେ ଟଙ୍କା ରୋଜଗାର କରିବା ପାଇଁ ନିଜସ୍ୱ ଇଛାରେ ଆସିଥାନ୍ତି ତ ପୁଣି କିଛି ଝିଅମାନଙ୍କୁ ଏଥିପାଇଁ କିଣା ଯିବା ସହ ତାଙ୍କ ଜବରଦସ୍ତ ମା’ ହେବା ପାଇଁ ବାଧ୍ୟ କରାଯାଇଥାଏ । କେବଳ ନାଇଜେରିଆ ନୁହେଁ ଇଣ୍ଡୋନେସିଆ ସମେତ ଅନେକ ଦେଶ ମାନଙ୍କରେ ବି ବେବି ଫାର୍ମିଙ୍ଗ ହସ୍ପିଟାଲ ଏବଂ ଅନାଥାଳୟ ଭଳି ଲୁଚା ଚୋରା କାମ କରାଯାଉଛି ।
ଖୁବ୍ କମ୍ ବୟସର ଝିଅମାନଙ୍କୁ ଏଠାରେ ମା’ ହେବା ପାଇଁ ବାଧ୍ୟ କରାଯାଇଥାଏ । ଏମାନଙ୍କ ମଧ୍ୟରୁ ଅଧିକ ଝିଅ ଅନାଥ ଏବଂ ଗରିବ ଶ୍ରେଣୀର ହୋଇଥାନ୍ତି । ସେଥିପାଇଁ ସେମାନେ ଏହି କାମ କରିବା ପାଇଁ ରାଜି ହୋଇଯାଇଥାନ୍ତି । ଜନ୍ମ ଦେଉଥିବା ଝିଅମାନଙ୍କର ବୟସ ହାରାହାରି ୧୪ ରୁ ୧୭ ହୋଇଥାଏ ଏବଂ ସେମାହେନ ଚାହିଁଲେ ବି ଛୁଆ ନଷ୍ଟ କରି ପାରିବେ ନାହିଁ, କାରଣ ଏଥିପାଇଁ ନାଇଜେରିଆର ଆଇନ ଅନୁଯାୟୀ ଅନୁମତି ନାହିଁ । ଏହାର ପୂରା ଫାଇଦା ଉଠାଇ ଥାନ୍ତି ଦଲାଲ ମାନେ । ଗୋଟେ ଛୁଆକୁ ୩ ରୁ ୪ ଲକ୍ଷରେ ବିକ୍ରି କରିଥାନ୍ତି ।