ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଯୁଗ ବଦଳୁଛି, ଯୁଗ ସହିତ ତାଳ ଦେଇ ବିଜ୍ଞାନ ବି ବଡ କ୍ଷୀପ୍ର ବେଗରେ ଗତି କରୁୂଛି । ଲାଗୁଛି ଯେମିତି ଦୁନିଆରେ ଆଉ ଅସମ୍ଭବ ବୋଲି କିଛି ନାହିଁ । ହୁଏତ ଆଉ କିଛି ବର୍ଷ ପରେ ଏହି ଶବ୍ଦଟି ଡିକ୍ସନାରୀରୁ ହଟିଯାଇପାରେ । କାରଣ ଆଜିକାଲି ମଣିଷ କରୁଥିବା ପ୍ରତ୍ୟକ କାର୍ଯ୍ୟ ରୋବର୍ଟ କରି ପାରୁଛି । ରୋଷେଇ କରିବା ଠାରୁ ଆରମ୍ଭ କରି ନ୍ୟୁଜ ରୁମରେ ନ୍ୟୁଜ ପଢିବା ପର୍ଯ୍ୟନ୍ତ ଏ ସବୁ କିଛି ଏବେ ଆର୍ଟିଫିସିଆଲ ଦ୍ୱାରା ସମ୍ଭବ ହୋଇପାରୁଛି । ଏମିତି କି ମଣିଷର ମନର କଥା ପଢିବା ପାଇଁ ସପ୍ଟୱାର ଅନୁସନ୍ଧାନରେ ବୈଜ୍ଞାନିକ ।
ତେବେ ଏଇ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣା ପଡିଛି ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନସ ଯୋଗୁ ୧୦୦ ଜଣଙ୍କ ଚାକିରି ଚାଲି ଯାଉଥିବା ବେଳେ ମାତ୍ର ୧୦ ଜଣ ଅବସର ନେଉଛନ୍ତି । ଟ୍ରାଡିସନାଲ ଟେକନୋଲୋଜି ଏକ୍ସପର୍ଟଙ୍କ କହିବା ଅନୁସାରେ ଯେଉଁ ହାରରେ ଚାକିର ଯାଉଛି ସେହି ଅନୁପାତରେ ନିଯୁକ୍ତି ସୃଷ୍ଟି ହୋଇ ପାରୁନି । ସିଧା କହିବାକୁ ଗଲେ ଯେଉଁଠି ୧୦୦ ଚାକିରି ଯାଉଛି ସେଠାରେ କେବଳ ୧୦ ଜଣଙ୍କୁ ନିଯୁକ୍ତି ମିଳୁଛି ।ତେବେ ଏସବୁ ଶୁଣି ସାରିବା ପରେ ହୁଏତ ଆପଣ ମାନଙ୍କ ମନରେ ସୃଷ୍ଟି ହେଉଥିବ ଗୋଟିଏ ପ୍ରଶ୍ନ ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ କଣ ?
ଆର୍ଟି ଫିସିଆଲ ଇଣ୍ଟେଲିଜେନସ ହେଉଛି ତାହା ଯାହାକୁ କମ୍ପ୍ୟୁଟରକୁ ମଣିଷ ଭଳି କାମ କରିବା ଶିଖାଇଥାଏ । ଯେମିତି କି ଆପଲ ମେରି, ଗଗୁଲ ଆସିଷ୍ଟଣ୍ଟଅଥବା ଏମଜନ ଆଲକ୍ସା । ଏହା ଦ୍ୱାରା ଆପଣ କମ୍ପ୍ୟୁଟରକୁ ଡାଇରେକ୍ଟ କରିବା ସହିତ ଆପଣ ନିଜ ହିସାବରେ କମ୍ପ୍ୟୁଟରକୁ ବ୍ୟବହାର କରି ପାରିବେ । ଆଜି କାଲି ପ୍ରାୟ ସମସ୍ତ କାମ ଆର୍ଟି ଫିସିଆଲ ଇଣ୍ଟେଲିଜେନ୍ସ ପ୍ରୟୋଗରେ କରାଯାଉଛି । ଏହା ସହିତ ଫଟୋ ଉଠାଇବା , ଚେସ ଖେଳିବା , କ୍ୟାନସର ଭଳି ଦୂରାବ୍ୟାଧି ରୋଗର ଉପଚାର ପାଇଁ ମଧ୍ୟ ଏହାର ସାହାର୍ଯ୍ୟ ନିଆଯାଉଛି । ତେବେ ଏଥିରୁ ଏହା ସ୍ପଷ୍ଟ ଜଣା ପଡୁଛି ଯଦି ଆର୍ଟିଫତସିଆଲ ଇଣ୍ଟେଲିଜେନଓ ପୁରା ବିକସିତ ହୋଇଯିବ ।
ସେତେବେଳ ଆଉ କୌଣସି କାମ କରିବାକୁ ମଣିଷ ଦରକାର ପଡିବେ ନାହିଁ । ଆର୍ଟିଫିସିଆଲ ଇଣ୍ଟେଲିଜେନସର ପ୍ରଥରେ ଆରମ୍ଭ ହୋଇଥିଲା ୧୯୫୬ ମସିହାରେ । ଯାହାକୁ ଅଧିକ ଶକ୍ତଶାଳୀ ବା କାର୍ଯ୍ୟକ୍ଷମ କରିବା ପାଇଁ ଏବେ ବି ଗବେଷଣା ଜାରି ରହିଛି । ତେବେ ଆଉ କିଛି ବର୍ଷ ପରେ ଏହା ଦେଖିବାକୁ ମିଳିବ କେବଳ ଗର୍ଭ ଧାରଣକୁ ବାଦ ଦେଇ ଅନ୍ୟ ସମସ୍ତ କାର୍ଯ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ କରିହେବ ।