ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଲମ୍ପିକ ୨୦୨୦ ପାଇଁ ଦେଶରେ ୨୭ ଖେଳ ମଧ୍ୟରେ ୧୪ ହଜାର ୨୩୬ ଖେଳାଳୀଙ୍କୁ ପ୍ରଶିକ୍ଷିତ କରାଯାଉଛି । ଯେଉଁଥିରେ ୪୨୬୯ ଜଣ ମହିଳା ଅଛନ୍ତି । ଏନେଇ କ୍ରୀଡା ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଭାବେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି ଟୋକିଓ ଅଲମ୍ପିକ ୨୦୨୦ ପାଇଁ ଭାରତୀୟ ଖେଳାଳୀ ଏବଂ ଟିମ୍ ଗୁଡିକୁ ବିଶେଷ ପ୍ରଶିକ୍ଷଣ ଦିଆଯାଉଛି । ଭାରତୀୟ କ୍ରୀଡା ପ୍ରାଧିକରଣର ବିଭିନ୍ନ କେନ୍ଦ୍ର ରେ ୨୭ କ୍ରୀଡାରେ ୧୪ ହଜାର ୨୩୬ ଖେଳାଳୀ ପ୍ରଶିକ୍ଷଣ ନେଉଛନ୍ତି । ସେଥିମଧ୍ୟରୁ ୪୨୬୯ ଜଣ ମହିଳା ଖେଳାଳୀ ।
ସେ ଆହୁରୀ ମଧ୍ୟ କହିଛନ୍ତି କି ମହିଳାମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ତଥା ତାଙ୍କୁ ବିଶେଷ ପ୍ରଶିକ୍ଷଣ ଦେବା ଲାଗି ପଞ୍ଜାବର ବାଦଲ, ହିମାଚଳ ପ୍ରଦେଶର ଧର୍ମଶାଳା ଏବଂ କର୍ଣ୍ଣାଟକର ମୋଡିକେରୀ ଖେଳ କେନ୍ଦ୍ର ସ୍ଥାପିତ କରାଯାଇଛି । ଏକ ଅନ୍ୟ ପ୍ରଶ୍ନର ଉତ୍ତରରେ ରିଜୁଜ କହିଛନ୍ତି ଖେଲୋ ଇଣ୍ଡିଆ ଯୋଜନା ଅନୁଯାୟୀ ୨୪୩୭ ଯୁବ ଖେଳାଳୀ ମାନଙ୍କୁ ଚିହ୍ନଟ କରାଯାଇଛି ।