ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଆଜି ଆଫଗାନିସ୍ଥାନକୁ ଭେଟିବ ଶ୍ରୀଲଙ୍କା । ଉଭୟ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ପ୍ରଥମ ମ୍ୟାଚରେ ଉଭୟ ପରାଜୟ ହୋଇଛନ୍ତି । ଏଣୁ ଆଜିର ମ୍ୟାଚରେ ବିଜୟ ହୋଇ ପୁଣିଥରେ ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବେ । ତେବେ ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହିବ ତାଉପରେ ସମସ୍ତଙ୍କ ନଜର । ଉଭୟଙ୍କ ପ୍ରଥମ ମ୍ୟାଚକୁ ସମୀକ୍ଷା କଲେ ଆଫଗାନୀସ୍ଥାନ ଭଲ ପ୍ରଦର୍ଶନ କରିଥିଲା ।
ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା । ତେବେ ଦଳ ୨୯ ଓଭର ୨ଟି ବଲରେ ଅଲଆଉଟ ହୋଇଯାଇଥିଲା । ଦଳ ମାତ୍ର ୧୩୬ ରନ କରିବାରେ ସକ୍ଷମ ହୋଇଥିଲା । କରୁଣାର୍ଥେ କେବଳ ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ପଡିଆରେ ତିଷ୍ଠି ରହିଥିଲେ । ସାଥୀ ଖେଳାଳି କେହି ତାଙ୍କ ସାଥ ଦେଇନଥିଲେ । ତେବେ ଏହି ଲୋସ୍କୋରକୁ ନ୍ୟୁଜିଲାଣ୍ଡ ଅତି ସହଜରେ ବିଜୟ ହାସଲ କରିଥିଲା । ୧୦ ୱିକେଟରେ ବିଜୟ କରିଥିଲା ।
ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ସାମନା କରି ଆଫଗାନିସ୍ଥାନ ୨୦୭ ରନ କରିଥିଲା । ଏହି ବିଜୟକୁ ହାସଲ କରିବା ପାଇଁ କଙ୍ଗାରୁ ଦଳ ୩୫ ଓଭରରେ ବିଜୟୀ ହୋଇଥିଲା । ୩ଟି ୱିକେଟ ବିନିମୟରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ତେବେ ସମୀକ୍ଷା କରୁବାକୁ ଗଲେ ଆଫଗାନିସ୍ଥାନର ସ୍ଥିତି ଭଲ ରହିଛି । ଦଳର ଯୁବ ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି । ଦଳ ପ୍ରଥମଥର ଲାଗି ବିଶ୍ୱକପ ଖେଳୁଛି ।