ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କାଲି ହୋଇଥିବା ଲିଗ ମ୍ୟାଚ ଉପରେ ପୁରା ବିଶ୍ୱର ନଜର ରହିଥିଲା । ପୁଲୱାମା ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ କୈଣସି ମ୍ୟାଚ ଅନୁଷ୍ଠିତ ହୋଇ ନଥିଲା । ତେଣୁ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଗତକାଲିର ମ୍ୟାଚ ସମ୍ମାନର ମ୍ୟାଚ ଥିଲା । ଯାହାକୁ ବାଜି ମାରି ନେଇଛି ଭାରତ । ଡିଏଲ ଅନୁସାରେ ୮୭ ରନରେ ପାକିସ୍ତାନ ପରାସ୍ତ ହୋଇଛି ।
Another strike on Pakistan by #TeamIndia and the result is same.
Congratulations to the entire team for this superb performance.
Every Indian is feeling proud and celebrating this impressive win. #INDvPAK pic.twitter.com/XDGuG3OiyK
— Amit Shah (@AmitShah) June 16, 2019
ତେବେ କାଲି ଭାରତର ବିଜୟକୁ ନେଇ କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଏହା ପାକିସ୍ତାନ ଉପରେ ଭାରତର ଆଉ ଏକ ଷ୍ଟ୍ରାଇକ । ଅମିତ ଶାହା ଟ୍ୱିଟ କରି ଏମିତି ଲେଖିଛନ୍ତି । ସେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ବିଜୟରେ ସମସ୍ତ ଭାରତୀଙ୍କ ପାଇଁ ଗର୍ବର ବିଷୟ ବୋଲି ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।
ସେହିଭଳି କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ ମଧ୍ୟ ଟ୍ୱିଟ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ପ୍ରଥମରୁ ହିଁ କହୁଥିଲି ଭାରତ ଜିତିବ ଆଉ ପାକିସ୍ତାନ ହାରିବ । ଅନ୍ୟପକ୍ଷେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ସେ ଜୟ ହିନ୍ଦ ଲେଖି ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟୁଷ ଗୋୟଲ, ସୁଷମା ସ୍ୱରାଜ ପ୍ରମୁଖ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।