ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ ଦଳର ପୂର୍ବତନ ପେସର ବୋଲର ଆଶିଷ ନେହେରା ଯୁବ କ୍ରିକେଟର ପନ୍ଥଙ୍କୁ ପ୍ରଂଶସା କରିଛନ୍ତି । ଆସନ୍ତା ବିଶ୍ୱକପ ପାଇଁ ସମସ୍ତଙ୍କ ନଜର ଥିବା ବେଳେ ଦଳରେ କିଏ କିଏ ସାମିଲ ହେବେ ତାକୁ ନେଇ ବହୁ କଳ୍ପନା ଜଳ୍ପନା ଜାରି ରହିଛି । ବହୁ ଅଭିଜ୍ଞ ଖେଳାଳିମାନେ ନିଜ ନିଜର ମନ ପସନ୍ଦର ୧୫ ଜଣିଆ ଟିମ ଘୋଷଣା କରିଛନ୍ତି । ତେବେ ଏଥିରୁ ବାଦ ପଡି ନାହାଁନ୍ତି କିମ୍ବଦନ୍ତୀ ବୋଲର ଆଶିଷ ନେହେରା । ଯଦିଓ ସେ ୧୫ ଜଣଙ୍କ ନାମ ବାଛି ନାହାଁନ୍ତି । କିନ୍ତୁ ବିଶ୍ୱକପ ଦଳରେ ପନ୍ଥ ରହିଲେ ଦଳକୁ ସଫଳତାକ ମିଳିବ ବୋଲି ବିଭିନ୍ନ କାରଣ ଦର୍ଶାଇଛନ୍ତି ନେହେରା ।
ନେହେରାଙ୍କ ମତ ଅନୁଯାୟୀ ଭାରତୀୟ ଦଳରେ ପନ୍ଥଙ୍କ ଭଳି ଜଣେ ଏକ୍ସ-ଫ୍ୟାକ୍ଟର ଖେଳାଳି ରହିବା ନିହାତି ଆବଶ୍ୟକ । ତେବେ ପନ୍ଥ ଦଳରେ ରହିବା ପାଇଁ କିଛି କାରଣ ଦର୍ଶାଇଛନ୍ତି ନେହେରା । ପ୍ରଥମତଃ ସେ କହିଛନ୍ତି କି ପନ୍ଥ ଯେଉଁ ସ୍ଥାନରେ ଆସିଲେ ମଧ୍ୟ ଭଲ ଖେଳିଥାନ୍ତି । ଏଣୁ ତାଙ୍କୁ ଦଳ ଉଚିତ ସମୟରେ ବ୍ୟବହାର କରିପାରିବ । ନିୟମିତ ଭାରତୀୟ ଦଳରେ ଶିଖର ଧାୱନଙ୍କୁ ଛାଡି ଦେଲେ ୭ନମ୍ବର ମଧ୍ୟରେ କେହିବି ବାମହାତୀ ଖେଳାଳି ନାହାଁନ୍ତି । ଏଣୁ ପନ୍ଥ ଦଳରେ ରହିଲେ ପ୍ରତିପକ୍ଷ ବୋଲରଙ୍କୁ ଅଡୁଆ ହୋଇପାରେ । ସେପଟେ ପନ୍ଥ ଜଣେ ହିଟର ଖେଳାଳି । ସେ ସବୁବେଳେ ବୋଲରଙ୍କୁ ମାଡ ମାରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଏଣୁ ସେ ମ୍ୟାଚ ବିଜୟ ପାଇଁ ଦଳରେ ମୁଖ୍ୟ ଅସ୍ତ୍ର ହୋଇପାରିବେ । ଏଣୁ ତାଙ୍କୁ ଦଳରେ ସାମିଲ କରିବା ନିହାତି ଦରକାର ।
ଭାରତୀୟ ଟେଷ୍ଟ କ୍ରିକେଟରେ ନିୟମିତ ୱିକେଟ ରକ୍ଷକ ଭାବରେ ଦଳରେ ସାମିଲ ହୋଇଆସୁଛନ୍ତି । ଅଭିଜ୍ଞ ଧୋନୀ ଟେଷ୍ଟରୁ ସନ୍ୟାସ ନେବା ପରେ ଶାହା କିଛିଦିନ ଖେଳିଥିଲେ । ମାତ୍ର ପନ୍ଥ ଦଳରେ ସାମିଲ ହେବା ପରେ ଶାହା ଦଳକୁ ଫେରି ନାହାଁନ୍ତି । ସେପଟେ ଫଟାଫଟ କ୍ରିକେଟ ଟି-୨୦ରେ ମଧ୍ୟ ପନ୍ଥ ନିୟମିତ ଖେଳାଳି ଭାବରେ ଦଳରେ ରହି ଆସୁଛନ୍ତି । ଏବଂ ଭଲ ଖେଳ ପ୍ରଦଶର୍ଷନ କରୁଥିବା ଦେଖିବାକୁ ମିଳିଛି । ଏଣୁ ସେ ଦିନିକିଆରେ ମଧ୍ୟ ଭଲ ଖେଳିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ନେହେରା ।