ନାଗପୁର (ଏଟିଆର ବ୍ୟୁରୋ); ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଛି କଙ୍ଗାରୁ ବାହିନୀ । ପ୍ରଥମ ଦିନିକିଆରେ ପରାଜୟ ହେବା ପରେ ଦ୍ୱିତୀୟ ଦିନିକିଅରରେ ନିଷ୍ପତି ବଦଳାଇଛି କଙ୍ଗାରୁ ବାହିନୀ । ୫ଟି ଦିନିକିଆ ବିଷିଷ୍ଟ ସଦସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଏଣୁ ଦ୍ୱିତୀୟ ମ୍ୟାଚଟି ଭ୍ରମଣକାରୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ଦୁଇ ଦଳରେ ବହୁ ଯୁବ ଏବଂ ଅଭିଜ୍ଞ ଖେଳାଳି ରହିଥିବାରୁ ମ୍ୟାଚଟି କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ଶେଷରେ ବ୍ୟାଟିଂ କରି ବିଜୟ ଲକ୍ଷକୁ ପୂରଣ କରିବା ଲକ୍ଷ୍ୟ ରଖିଛି କଙ୍ଗାରୁ ବାହିନୀ ।
ଦ୍ୱିତୀୟ ଦିକିକିଆ କାନପୁରର ବିଦର୍ଭ କ୍ରିକେଟ ଆସୋସିଏସନରେ ଆୟୋଜିତ ହେବ । ଭାରତୀୟ ଦଳରେ କୌଣସି ଖେଳାଳି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବର ସ୍କ୍ୱାର୍ଡ ପୁଣିଥରେ ମଇଦାନୁ ଓହ୍ଳାଇବ । ଦଳରେ ୬ ଜଣ ବ୍ୟାଟ୍ସମ୍ୟାନ ଏବଂ ଦୁଇ ଜଣ ଅଲରାଉଣ୍ଡର ଥିବା ବେଳେ ୩ ଜଣ ବୋରଲ ରହିଛନ୍ତି । ଭାରତୀୟ ଦଳରେ ବ୍ୟାଟ୍ସମ୍ୟାନ ଏବଂ ଅଲରାଉଣ୍ଡର ଥିବାରୁ ଭାରତର ବ୍ୟାଟିଂ ଲାଇନ ଦୃଢ଼ ହେବ ବୋଲି ଆଶା କରାଯାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରତିପକ୍ଷ କଙ୍ଗାରୁ ଦଳକୁ ବିଶାଳ ସ୍କୋରର ବିଜୟ ଲକ୍ଷ୍ୟ ଦେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଭାରତୀୟ ଦଳ; ରୋହିତ ଶର୍ମା,ଶିଖର ଧାୱନ,ବିରାଟ କୋହଲି(ଅଧିନାୟକ),ଅମ୍ବାତି ରାୟୁଡୁ,ଧୋନୀ(ୱିକେଟ ରକ୍ଷକ),କେଦାର ଯାଦବ,ରବିନ୍ଦ୍ର ଜାଡେଜା,କୁଳଦୀପ ଯାଦବ,ମହମ୍ମଦ ସାମି,ଯଶପ୍ରିତ ବୁମରା ।