ଲର୍ଡସ (ଏଟିଆର ବ୍ୟୁରୋ); ଅଷ୍ଟ୍ରେଲିୟ ଦୃତ ବୋଲର ଷ୍ଟାର୍କଙ୍କ ବୋଲିଂରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନମାନେ ଧରାଶାୟୀ ହୋଇଛନ୍ତି । ସହଜରେ ଜିତିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚ ଜିତିବା ପରେ କଙ୍ଗାରୁ ଦଳ ୧୪ ପଏଣ୍ଟ ପାଇ ଟେବୁଲ ଟପରେ ରହିଛି । ପ୍ରଥମ ଦଳ ଭାବରେ ସେମିଫାଇନାଲରେ ପହଁଞ୍ଚିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଏଯାବତ ୮ଟି ମ୍ୟାଚରୁ ୭ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚରୁ ୫ଟି ଜିତିଛି ।
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ୱିକେଟ ହରାଇ ୨୪୩ ରନ କରିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଘ୍ର ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ତେବେ ଫାଷ୍ଟଡାଉନରେ ଆସି ଖାୱାଜା ୮୮ ରନର ପାଳି ଖେଳିଥିଲେ । ପରେ ଆଲେକ୍ସ କ୍ୟାରି ୭୭ ରନ କରିଥିଲେ । ଫଳରେ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଥିଲା । ନ୍ୟୁଜିଲାଣ୍ଡ ଦୃତ ବୋଲର ବୋଲ୍ଟ ଗତକାଲି ହ୍ୟାଟ୍ରିିକ ନେଇଥିଲେ । ଚଳିତ ବିଶ୍ୱକପରେ ଏହା ଦ୍ୱିତୀୟ ହ୍ୟାଟ୍ରିକ ।
୨୪୪ ରନର ପିଛା କରିବା ପାଇଁ ଯାଇ ୧୫୭ ରନରେ ରହିଥିଲା ନ୍ୟୁଜିଲାଣ୍ଡ । ଦଳ ପକ୍ଷରୁ ଜଣେ ବି କେହି ୪୦ ଉପରକୁ ସ୍କୋର କରିନଥିଲେ । ଦଳର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିୟ ଦୃତ ବୋଲର ଷ୍ଟାର୍କ ୫ ୱିକେଟ ଦେଇଥିଲେ । ଆଲେକ୍ସ କ୍ୟାରି (୭୧ ରନ୍ ଏବଂ ୩ କ୍ୟାଚ୍) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।