ଲଣ୍ଡନ (ଏଟିଆର ବ୍ୟୁରୋ);ଦମଦାର ଫର୍ମରେ ସାକିବ ଅଲ ହାସନ । ପ୍ରତ୍ୟେକ ମ୍ୟାଚରେ ବଡ ବଡ ସ୍କୋର କରି ଚର୍ଚ୍ଚାରେ । ଗତକାଲି ୱେଷ୍ଟ ଇଣ୍ଡିଜର ୩୨୧ର ବିଶାଳ ସ୍କୋରକୁ ଅତି ସହଜରେ ପାର କରିଛି ବାଲାଂଦେଶ । ସାକିବଙ୍କ ଶତକ ଏବଂ ଲିଟନ ଦାସଙ୍କ ଦମଦାର ଅର୍ଦ୍ଧଶତକ ପାଇଁ ଦଳ ୭ୱିକେଟରେ ବିଜୟ ହୋଇଛି । ଏହି ବିଜୟ ପରେ ବାଲାଂଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଲମ୍ଫ ମାରିଛି ।
ସୋମବାର ବାଂଲାଦେଶ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ୍ ଦୁର୍ଦ୍ଧର୍ଷ କ୍ରିସ୍ ଗେଲ (୦)ଙ୍କୁ ମାତ୍ର ୬ ରନ୍ରେ ହରାଇଥିଲା। ହେଲେ ସାଇ ହୋପ୍ (୯୬), ଏଭିନ ଲୁଇସ୍ (୭୦) ଓ ସିମରନ୍ ହେଟମେୟର (୫୦)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୧ ରନ୍ କରି ନେଇଥିଲା।ମୁଷ୍ଟାଫିଜର ରେହେମାନ ଏବଂ ମହମ୍ମଦ ସାଇଫୁଦିନ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ସାକିବ ୨ଟି ୱିକେଟ ଅକ୍ତିଆର କରିଥିଲେ ।
ଇଣ୍ଡିଜ୍ ୩୨୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ବାଂଲାଦେଶ ଏହାକୁ ୪୧.୩ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା।୩୨୨ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ବାଂଲାଦେଶକୁ ସୌମ୍ୟ ସରକାର (୨୯) ଓ ତମିମ ଇକବାଲ (୪୮) ଭଲ ଆରମ୍ଭ ଦେଇଥିଲେ।ତେବେ ଚଳିତ ବିଶ୍ବକପର ସର୍ବାଧିକ ରନ୍ ସଂଗ୍ରହକାରୀ ସକିବ-ଅଲ-ହାସନ (୧୨୪ଞ୍ଚ ରନ୍, ୯୯ ବଲ୍ , ୧୬ ଚୌକା) ତାଙ୍କ ଚମତ୍କାର ଫର୍ମକୁ ଜାରି ରଖି ଇଣ୍ଡିଜ୍ ହାତରୁ ବିଜୟ ଛଡ଼ାଇ ନେଇଥିଲେ। ଲିଟନ ଦାସ (୯୪ଞ୍ଚ ରନ୍, ୬୯ ବଲ୍, ୮ ଚୌକା, ୪ ଛକା)ଙ୍କ ସହ ସେ ଅସମାପ୍ତ ଚତୁର୍ଥ ୱିକେଟ୍ରେ ଯୋଡ଼ିଥିବା ୧୮୯ ରନ୍ ବଂଲାଦେଶକୁ ୫୧ ବଲ୍ ପୂର୍ବରୁ ବିଜୟୀ କରାଇଥିଲା।