ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲର ୪୨ତମ ମ୍ୟାଚରେ ବାଙ୍ଗାଲୋରକୁ ଭେଟିବା ପାଇଁ ଯାଉଛି ପଞ୍ଜାବ । ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ଦୁଇ ଦଳ ପାଇଁ ଆଜିର ମ୍ୟାଚଟି ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ବାଙ୍ଗାଲୋର ପ୍ରଥମରୁ ଲଗାତାର ପରାଜୟ ବରଣ କରିଥିଲେ ସୁଦ୍ଧା ଷ୍ଟେନ ଦଳକୁ ଫେରିବା ପରେ ଏବେ ଶକ୍ତିଶାଳି ହୋଇଯାଇଛି ବାଙ୍ଗାଲୋର । ତେବେ ଚଳିତ ବର୍ଷ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ମାତ୍ର ତିନୋଟି ବିଜୟ ହୋଇଛି । ଦଳ ଏବେ ପଏଣ୍ଟ ଟେବୁଲର ତଳେ ରହିଛି ।
ଆଜିର ମ୍ୟାଚଟି ଘରୋଇ ପରିବେଶରେ ହେବାକୁ ଥିବାରୁ ବାଙ୍ଗାଲୋରର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । କୋହଲି ମଧ୍ୟ ଦମଦାର ଫର୍ମରେ ରହିଥିବାରୁ ଦଳର ପ୍ଲସ ପଏଣ୍ଟ ହେଉଛି । ଅପରପକ୍ଷରେ ପଞ୍ଜାବର କେଏଲ ରାହୁଲ ଏବଂ ଗେଲ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଗେଲ ଝଡ ଥରେ ଆରମ୍ଭ ହେବ କିଭଳି ଖେଳ ହୁଏ ତାହା ସମସ୍ତଙ୍କୁ ବେଶ ଭଲ ଭାବରେ ଜଣା । ତେବେ ଚଳିତ ବର୍ଷ ପଞ୍ଜାବ ୧୦ଟି ମ୍ୟାଚ ଖେଳି ୫ ବିଜୟ ସହ ପଏଣ୍ଟ ଟେବୁଳର ପଞ୍ଚମ ସ୍ଥାନରେ ରହିଛି ।
ଏବେ ସୁଦ୍ଧା କୌଣସି ଦଳ କ୍ୱାଲିଫାୟର ଲିଷ୍ଟରୁ କଟି ନଥିବାରୁ ପ୍ରତ୍ୟେକ ମ୍ୟାଚର ଗୁରୁତ୍ୱ ରହିଛି । ଏଣୁ ଖେଳାଳିମାନେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଆଜିର ମ୍ୟାଚରେ କୋହଲି,ରାହୁଲ,ଷ୍ଟେନ,ଡିଭିଲିୟର୍ସ ଏବଂ ଗେଲଙ୍କ ଉପରେ ନଜର ରହିବ । ସାଧାରଣତଃ ଏମାନଙ୍କ ଉପରେ ଦୁଇ ଦଳ ଭରଷା କରିଥାନ୍ତି ।