ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଆଇପିଏଲ ଯଦି ବାତିଲ ହୋଇଯାଏ ତେବେ ପ୍ରସାରଣ ଏବଂ ପ୍ରୟୋଜକ ରାଶିକୁ ମିଶାଇ ବିସିସିଆଇକୁ ୨ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିପାରେ ବୋଲି ଆକଳନ କରାଯାଉଛି ।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଆମକୁ ଦୁଇ ହଜାରରୁ ଅଢେଇ ହଜାର କୋଟିର କ୍ଷତି ସହିବାକୁ ପଡିପାରେ । ଏଥିରୁ ସବୁଠାରୁ ବଡ କ୍ଷତି ଷ୍ଟାର ସ୍ଫୋଟ୍ସର ପ୍ରସାରଣ ଅଧିକାରର ରାଶୀ । ବୋର୍ଡ ସହି ଷ୍ଟାର ସ୍ପୋଟ୍ସର ପାଞ୍ଚ ବର୍ଷ ପାଇଁ ୧୬,୩୪୭ କୋଟି ଟଙ୍କା ଚୁକ୍ତି ହୋଇଛି । ସେଯିଅନୁଯାୟୀ ବାର୍ଷିକ ମୋଟ ୩୨୬୯.୪ କୋଟି ଟଙ୍କା ହୋଇଥାଏ ।
ଯଦି ଗୋଟେ ସିଜିନ୍ ରେ ୬୦ ମ୍ୟାଚ ହୋଇଥାଲ ତେବେ ପ୍ରତି ମ୍ୟାଚର ମୂଲ୍ୟ ପ୍ରାୟ ୫୪.୫ କୋଟି ହୋଇଥାଏ । ଯଦି ଷ୍ଟାର ସ୍ପୋର୍ଟ୍ସ ପ୍ରତି ମ୍ୟାଚ ହିସାବରେ ୨୯ ଟି ମ୍ୟାଚ ପାଇଁ ଦେଇଥାଏ ତେବେ ଏହାର ପରିମାଣ ପ୍ରାୟ ୧୫୮୦ କୋଟି ଟଙ୍କା , ଯାହା ପୁରା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଲେ ୩୨୭୦ କୋଟି ହୋଇଥାଏ ।
ସେହିପରି ଭିଭୋ ପ୍ରତି ସିଜିନରେ ୪୪୦ କୋଟି ଟଙ୍କା ଦେଇଥାଏ । ଅଧା ଟୁର୍ଣ୍ଣାମେଣ୍ଟରେ ବି ତାର ଟଙ୍କା ଅଧା ହୋଇପାରେ । ଏହାବ୍ୟତିତ ଅନ୍ୟ କମ୍ପାନୀ ଗୁଡିକ ମଧ୍ୟ କୋଟି କୋଟି ଟଙ୍କା ଦେଇଥାନ୍ତି ।
ଯଦି ବିସିସିଆଇକୁ ରାଜସ୍ୱରେ କ୍ଷତି ହୁଏ ତେବେ ବୋର୍ଡ ପକ୍ଷରୁ ଆଠଟି ଫ୍ରାଞ୍ଚାଇଜକୁ ମିଳିବାକୁ ଥିବା ରାଶି ବି ହ୍ରାସ ହୋଇଯିବ । ଅର୍ଥାତ ଦଳଗୁଡିକ ମଧ୍ୟ କ୍ଷତି ସହିବେ ।