ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆକୁ ମାରି ଉଡାଇ ଦେବାର ଧମକ ହଇଚଇ ସୃଷ୍ଟି କରି ଦେଇଥିଲା । ମାତ୍ର ଏହି ଧମକ ଗୁଜବ ବୋଲି ଏବେ ସ୍ପଷ୍ଟ ହୋଇଛି । ପ୍ରକୃତରେ ପାକିସ୍ତାନର ଏକ ନ୍ୟୁଜ୍ ଚ୍ୟାନେଲ ର ଖବରମୁତାବକ, ଏକ ଧମକପୂର୍ଣ୍ଣ ଇମେଲ ପାକିସ୍ତାନ କ୍ରିକେଟ ବୋର୍ଡ ପାଖକୁ ଆସିଥିଲା, ଯାହାକୁ ଆଇସିସି ଜରିଆରେ ପିସିବି ଏହି ଇମେଲ ବିସିସିଆଇକୁ ପଠାଇଥିଲା । ଏନେଇ ଭାରତୀୟ ବୋର୍ଡ ପକ୍ଷରୁ ଗୃହମନ୍ତ୍ରାଳୟ ସୂଚନା ଦିଆଯାଇଥିଲା । ଏହାପରେ ଟିମ୍ ର ସୁରକ୍ଷାକୁ ବଢାଇ ଦିଆଯାଇଥିଲା ।
ଭାରତୀୟ କ୍ରିକେଟ ବୋର୍ଡ ରବିବାର ଦିନ ଟିମ୍ ଇଣ୍ଡିଅ ସହି ସାକ୍ଷାତ କରି ଏହି ଧମକ ଗୁଜବ ବୋଲି ଜଣାଇଥିଲେ । ସେପଟେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ପକ୍ଷରୁ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି ବିଶ୍ୱାସ ଦିଆଯାଇଛି । ସେଥିପାଇଁ ଏବେ ଭାରତୀୟ ଟିମ୍ ର ବସ ସହିତ ଏକ ଏସ୍କର୍ଟ ଗାଡି ବି ସାଥୀରେ ଯିବ ।
ବିସିସିଆଇ ର ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି କି, ଆମେ ଏହାର ସୂଚନା ସୁରକ୍ଷା ଏଜେନ୍ସିକୁ ଦେଇଛୁ ଏବଂ ଏଥିରୁ ଜାଣିବାକୁ ମିଳିଛି କି ଏହି ଧମକ ଗୁଜବ ଅଟେ । ହୁଏତ ସୁରକ୍ଷା ପାଇଁ ବିସିସିଆଇ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ।
ଟି୨୦, ୱାନଡେ ଏବଂ ମ୍ୟାଚ୍ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ରହିଛି । ସେହି ଅନୁଯାୟୀ ଟି-୨୦ ଏବଂ ୱାନଡେ ସିରିଜ୍ ପୁରା ହୋଇ ସାରିଛି । ଏବେ ଟେଷ୍ଟ ମ୍ୟାଚ୍ ଖେଳିବା ବାକି ରହିଛି ।