ସାଉଥମ୍ପଟନ୍ (ଏଟିଆର ବ୍ୟୁରୋ); ବିଶ୍ୱକପର ୧୫ତମ ମ୍ୟାଚରେ ବର୍ଷା ସାଜିଲା ବାଧକ । ୱେଷ୍ଟ ଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ପଏଣ୍ଟ ଭାଗ କରିଛନ୍ତି । ବିଶ୍ୱକପରେ ଏହା ଦ୍ୱିତୀୟ ବାତିଲ । ପୂର୍ବରୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଆୟୋଜିତ ହୋଇଥିବା ଏକ ମ୍ୟାଚ ବାତିଲ ହୋଇଥିଲା । ଏକ ପଏଣ୍ଟ ପାଇବା ପରେ ଦକ୍ଷିଣ ଆଫ୍ରିକା ଖାତା ଖୋଲିଛି । ପ୍ରଥମ ତିନୋଟି ମ୍ୟାଚରେ ଦଳ ଶୋଚନୀୟ ପରାଜୟ ହୋଇଥିଲା ।
ଗତକାଲି ମଧ୍ୟ ମ୍ୟାଚ ପ୍ରଥମରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯାଉଥିଲା । ଖେଳା ଯାଇଥିବା ୭ଓଭର ୩ଟି ବଲରେ ଦଳ ୨ଟି ୱିକେଟ ହରାଇ ମାତ୍ର୨୯ ରନ କରିବାରେ ସକ୍ଷମ ହୋଇଥିଲା । ଅଧିନାୟକ ଡୁପ୍ଳେସି ଏବଂ ଡିକକ ପଡିଆରେ ମହଜୁଦ ଥିଲେ । ତେବେ ଏହି ମ୍ୟାଚ ବାତିଲ ହେବା ପରେ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଯିବା ଆଶା ଧିରେ ଧିରେ ମଉଳି ଯାଇଛି । ଆଉ ବାକିଥିବା ୫ଟି ଯାକ ମ୍ୟାଚ ଦଳକୁ ଜିତିବା ନିହାତି ଦରକାର । ନହେଲେ ସିରିଜରୁ ବାହାର ହେବ ଦଳ ।
ୱେଷ୍ଟ ଇଣ୍ଡିଜ ୩ଟି ମ୍ୟାଚରୁ ଗୋଟିଏ ବିଜୟ ହୋଇଥିବା ଆଉ ଗୋଟିଏ ହାରିଛି । ତେବେ ଦଳର ନେଟ ରନରେଟ ଭଲ ରହିଛି । ଏଣୁ ଦଳ ଆଗାମି ମ୍ୟାଚ ଗୁଡିକ ଜିତି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବ । ଦଳରେ ଅଲରାଉଣ୍ଡର ଖଚିତ ଥିବା ବେଳେ ଇଂଲଣ୍ଡ ପିଚ ମଧ୍ୟ ୱେଷ୍ଟ ଇଣ୍ଡିଜକୁ ଭଲ ସୁହାଇଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଶୋଚନୀୟ ହରାଇଥିଲା ।