ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବିଶ୍ୱକପ ହକି ପାଇଁ ଚଳଚଞ୍ଚଳ ହୋଇ ପଡିଛି ରାଜଧାନୀ । ୧୩ଟି ଶକ୍ତିଶାଳି ଦେଶକୁ ନେଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଗୋଟିଏ ପରେ ଗୋଟିଏ ଦଳ ଆସି ପହଁଞ୍ଚି ଗଲେଣି । ତେବେ ସାଢ଼େଗେଟେରେ ଚୀନ ଦଳ ପହଁଞ୍ଚିବା ନେଇ ସୂଚନା ଦିଆଯାଇଛି । କଡା ସୁରକ୍ଷା ମଧ୍ୟରେ ବିମାନ ବନ୍ଦରରୁ ହୋଟେଲରେ ଆସି ପହଁଞ୍ଚିବ ଟିମ । ପୂର୍ବରୁ କେବେ ବିଶ୍ୱକପ ଖେଳିନଥିବା ଚୀନ ପ୍ରଥମଥର ପାଇଁ ଭୁବନେଶ୍ୱରରେ ବିଶ୍ୱକପ ଶ୍ରେଷ୍ଠ ଦଳରେ ରହିଛି । ଏହି ଦଳ ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ତେବେ ଅନ୍ୟ ଦଳ ଭାବରେ ସନ୍ଧ୍ୟାରେ ଆସିବ ଫ୍ରାନ୍ସ ଦଳ । ଗତ ବିଶ୍ୱକପରେ ତୃତୀୟ ସ୍ଥାନରେ ରହିଥିଲା ଏହି ୟୁରୋପିୟ ଶକ୍ତିଶାଳି ଦଳ ।
ପ୍ରଥମ ଦଳ ଭାବରେ ଆର୍ଜେଣ୍ଟିନା ଭୁବନେଶ୍ୱରରେ ପହଁଞ୍ଚିଥିବା ବେଳେ ଗତକାଲି ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଦଳ ଆସି ପହଁଞ୍ଚିଥିଲା । ଏବଂ ଆଜି ବାକି ଦସ୍ୱବ ଟିମ ଆସି ପହଁଞ୍ଚିବେ । ପରେ ବାକି ଦଳମାନେ ଯୋଗ ଦେବା ପରେ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହେବ । ଟାଇଟଲ ହାସଲ କରିବା ପାଇଁ ସବୁଦଳ ମଧ୍ୟରେ କଡାଟକ୍କର ହେବ ବୋଲି ଆଶା ରଖିଛନ୍ତି । ଷ୍ଟାଡିୟମର ପ୍ରାୟ ଅଧିକାଂଶ କାମ ଶେଷ ପଯ୍ୟୟାୟରେ । ଏହି ବିଶ୍ୱକପକୁ ଦେଖିବା ପାଇଁ ଦେଶ ବିଦେଶରୁ ବହୁ ହକିପ୍ରେମୀମାନେ ଭୁବନେଶ୍ୱରରେ ମାନେ ଡେରା ଜମେଇ ଦେଲେଣି । ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଏହି ବହୁ ପଅତିକ୍ଷିତ ହକି ବିଶ୍ୱକପ । ବିଶ୍ୱର ବଛା ବଛା ୧୩ଟି ଦଳକୁ ନେଇ ଆୟୋଜିତ ହେବାକୁ ଯାଉଛି ଏହି ଟୁର୍ଣ୍ଣାମେଣ୍ଟ ।