ଚେନ୍ନାଇ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲ ସଂସ୍କରଣର ୧୮ତମ ମ୍ୟାଚରେ ସାମନା ସାମନି ହେଉଛନ୍ତି ଚେନ୍ନାଇ ଏବଂ ପଞ୍ଜାବ । ଏହି ଦୁଇ ଦଳ ମଧ୍ୟରୁ ଯେଉଁ ଦଳ ବିଜୟ ହେବ ସେ ପଏଣ୍ଟ ଟେବୁଲର ଟପରେ ରହିବ । ଉଭୟ ଦଳ ୪ଟି ଲେଖାଏଁ ମ୍ୟାଚ ଖେଳି ୩ଟି ବିଜୟ ହେବା ସହ ଚେନ୍ନାଇ ନେଟରନରେଟ ପାଇଁ ୪ ନମ୍ବର ଏବଂ ପଞ୍ଜାବ ୩ ନମ୍ବର ସ୍ଥାନରେ ରହିଛନ୍ତି । କିନ୍ତୁ ଆଜିର ମ୍ୟାଚରେ ଯିଏ ଜିତିବ ସେ ୪ଟି ବିଜୟ ସହ ପଏଣ୍ଟ ଟେବୁଲରେ ଉପରକୁ ଉଠିବ । ଏଣୁ ଉଭୟ ଦଳ ବିଜୟ ଆଶାରେ ଖେଳ ଆରମ୍ଭ କରିବେ । ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଡେଥ ଓଭରରେ ବ୍ରାଭୋଙ୍କ ବୋଲିଂ ଚେନ୍ନାଇ ପାଇଁ ମୂଳ ଅସ୍ତ୍ର । ଏଣୁ ଦଳ ପ୍ରଥମେ ବ୍ୟାଟିଂ କରି ବିଶାଳ ସ୍କୋର ଲକ୍ଷ୍ୟ ଦେବ ବୋଲି ଧୋନୀ ପ୍ରେମୀ ଆଶା ରଖିଛନ୍ତି ।
ଆଜି ରାତିରେ ମୁମ୍ବାଇ ବନା ହାଇଦ୍ରାବାଦ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚରେ ଯଦି ହାଇଦ୍ରାବାଦ ବିଜୟ ହୁଏ ତେବେ ସେ ପୁଣି ପଏଣ୍ଟ ଟେବୁଲର ଟପରେ ରହିବ । କାରଣ ହାଇଦ୍ରାବାଦର ନେଟ ରନରେଟ ଭଲ ରହିଛି । ଦଳ ପ୍ରଥମ ମ୍ୟାଚ ହାରିବା ପରେ ହ୍ୟାଟ୍ରିକ ବିଜୟ ହୋଇଥିଲା । ଦଳର ଡେଭିଡ ୱାର୍ଣ୍ଣରଙ୍କ ଚମକ୍ରାର ବ୍ୟାଟିଂ ଦଳ ପାଇଁ ଟର୍ଣ୍ଣି ପଏଣ୍ଟ ହୋଇଛି । ସବୁ ମ୍ୟାଚରେ ବଡ ସଟମାରି ଅରେଞ୍ଜ କ୍ୟାପ ରେସରେ ମଧ୍ୟ ଉପରେ ଅଛନ୍ତି ୱାର୍ଣ୍ଣର । ଅପରପକ୍ଷରେ ନବି ଏବଂ ରସିଦ ଖାନଙ୍କ ବୋଲି ଦଳ ପାଇଁ ବଡ ସଫଳତା ଆଣି ଦେଇଛି ।