ଚେନ୍ନାଇ (ଏଟିଆର ବ୍ୟୁରୋ); ଗୁରୁବାର ଚେନ୍ନାଇକୁ ଭେଟିବା ପାଇଁ ଯାଉଛି ରାଜସ୍ତାନ । ଟେବୁଲ ଟପରେ ରହିଥିବା ଚେନ୍ନାଇ ଆଜିର ମ୍ୟାଚ ଜିତିବା ପରେ କ୍ୱାଇଫାଇଅର ପାଇଁ ରାସ୍ତା ଏକ ପ୍ରକାର ଖୋଲା ହୋଇଯିବ । ଅପରପକ୍ଷରେ ରାଜସ୍ତାନ ମ୍ୟାଚ ଜିତି ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ । ଦଳ ଏବେ ସୁଦ୍ଧା ୫ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ବିଜୟ ହୋଇଛି । ଦଳର ସଞ୍ଜୁସାମସନ ଭଲ ଫର୍ମରେ ରହିଥିଲେ ସୁଦ୍ଧା ରାଜସ୍ତାନର ସ୍ଥିତି ସେତେ ଭଲ ନାହିଁ । କିନ୍ତୁ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ପୁଣିଥରେ ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ ଦଳ ।
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜିର ମ୍ୟାଚଟି ଖେଳାଯିବ । ଏଣୁ ଚେନ୍ନାଇର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । ଚେନ୍ନାଇ ଏବେ ସୁଦ୍ଧା ୬ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ପରାଜୟ ହୋଇଛି । ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବାରୁ ଦଳର ସ୍ଥିତି ଭଲ ରହିଛି । ଦଳର ପ୍ରାୟ ଖେଳାଳି ଫର୍ମରେ ରହିଛନ୍ତି । ବ୍ରାଭୋଙ୍କ ଡେଥ ଓଭର ବୋଲିଂ ଦଳ ପାଇଁ ସବୁବେଳେ ପ୍ଳସ ପଏଣ୍ଟ ହୋଇଥାଏ । ଶେଷ ମ୍ୟାଚରେ କୋଲକାତାକୁ ହରାଇଥିଲା ଚେନ୍ନାଇ । ହାଇଭୋଲଟେଜ ଟିମକୁ ଧୂଳି ଚଟାଇବା ପରେ ଚେନ୍ନାଇର ମନୋବଳ ବୃଦ୍ଧି ହୋଇଯାଇଛି । କ୍ୟାପଟେନ କୁଲ ଧୋନୀଙ୍କ ମାଷ୍ଟର ମାଇଡଙ୍କ ଆଗରେ ହାର ମାନିଛନ୍ତି ସବୁ ଟିମ । ତେବେ ଆଜିର ମ୍ୟାଚ ଉପରେ ସମସ୍ତଙ୍କ ନଜର ।