ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲରେ ଚାଲିଛି ଘୋମାଘୋଟ ଲଢ଼େଇ । ପ୍ଳେଅଫ ପାଇଁ ସବୁଦଳ ସଘର୍ଷ କରୁଥିବା ବେଳେ ଚେନ୍ନାଇ ଏବଂ ଦିଲ୍ଲୀ ଆଗୁଆ ସ୍ଥାନ ପକ୍କା କରିନେଇଛନ୍ତି । ତେବେ ବାକି ଦୁଇଟି ସ୍ଥାନ ପାଇଁ ଏବେ ୫ଟି ଦଳ ମଧ୍ୟରେ ହେବ କଡା ଟକ୍କର । ଏହି ଦୁଇଟି ସ୍ଥାନ ପାଇଁ ମୁମ୍ବାଇ,ହାଇଦ୍ରାବାଦ,କୋଲକାତା,ରାଜସ୍ଥାନ ଏବଂ ପଞ୍ଜାବ ଦାଦିଦାର ରହିଛନ୍ତି । ଶେଷ ପର୍ଯ୍ୟାୟରେ ଏହି ସବୁ ଦଳ ନିଜ ନିଜ ମଧ୍ୟରେ ଖେଳିବା ପାଇଁ ଯାଉଛନ୍ତି । ଏଣୁ ପ୍ରତ୍ୟେକଟି ମ୍ୟାଚ ସଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ଏକ ନମ୍ବର ଏବଂ ଦୁଇ ନମ୍ବର ସ୍ଥାନରେ ଥିବା ଚେନ୍ନାଇ ଏବଂ ଦିଲ୍ଲୀ ମଧ୍ୟରେ ଗୋଟିଏ ମ୍ୟାଚ ରହିଛି । ଏହି ମ୍ୟାଚଟି ସବୁଠାରୁ ଅଧିକ ସଂଘର୍ଷ ହେବ ।
ଚଳିତ ବର୍ଷ ଚେନ୍ନାଇ ୧୨ଟି ମ୍ୟାଚରୁ ୮ଟି ବିଜୟ ହୋଇ ପ୍ରଥମ ଦଳ ଭାବେ ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିଥିଲା । ଏହାପରେ ଗତକାଲି ବାଙ୍ଗାଲୋରକୁ ହରାଇବା ପରେ ଦିଲ୍ଲୀ ଦ୍ୱିତୀୟ ଦଳ ଭାବରେ ପ୍ଳେଅଫକୁ ଯାଇଛି । ଦିଲ୍ଲୀ ଚଳିତ ବର୍ଷ ୧୨ଟି ମ୍ୟାଚ ଖେଳି ୮ଟି ବିଜୟ ହୋଇଛି । ତେବେ ନେଟରନରେଟ ଅଧିକ ଥିବାରୁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦଳ । ତେବେ ପ୍ଳେଅଫ ପାଇଁ ଉନ୍ନିତ ହୋଇଥିବା ଦଳ ବାକି ମ୍ୟାଚ ଜିତି ଏକ ନମ୍ବର ଏବଂ ଦୁଇ ନମ୍ବର ସ୍ଥାନରେ ରହିବା ପାଇଁ ଚେଷ୍ଟା କରିବେ । କାରଣ ଏହି ଦୁଇଟି ସ୍ଥାନରେ ରହିଲେ ମ୍ୟାଚ ହାରିବା ପରେ ମଧ୍ୟ ଆଉ ଗୋଟିଏ ସୁଯୋଗ ରହିବ ।