ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ କ୍ରିକେଟ ମହାକୁମ୍ଭ । ତେବେ ବିଶ୍ୱକପ ମୁଣ୍ଡ ଉପରେ ଥିବା ବେଳେ ଧୋନିଙ୍କ ପାଇଁ ବ୍ୟାକ ଇଞ୍ଜୁରୀ ଧୋନୀଙ୍କ ପିଛା ଛାଡୁନି । କିଛିଦିନ ହେବ ସେ ବ୍ୟାକ୍ ଇଞ୍ଜୁରୀ ଅନୁଭବ କରୁଥିବା ଦେଖିବାକୁ ମିଳୁଛି । ଘରୋଇ ପରିବେଶରେ ଚାଲିଥିବା ଆଇପିଏଲ ମ୍ୟାଚ ସମୟରେ ମଧ୍ୟ ଅନେକ ବାର ପଡିଆରେ ଧୋନି କଷ୍ଟ ଅନୁଭବ କରୁଥିବା ନଜରକୁ ଆସୁଛି । ଖେଳ ସମୟରେ ଧୋନି ମଧ୍ୟ ପଡି ରହୁଛନ୍ତି । ଏଣୁ ଆସନ୍ତା ବିଶ୍ୱକପରେ ଏହା ଭାରତ ପାଇଁ ବଡ କ୍ଷତି ହୋଇପାରେ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଧୋନିଙ୍କ ଉପସ୍ଥିତି ଭାରତୀୟ ଦଳ ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତାଙ୍କ ଉପସ୍ଥିତ ବୁଦ୍ଧି ଏବଂ ଧଯ୍ୟପୂର୍ଣ୍ଣ ଖେଳ ଭାରତକୁ ବହୁ ସଫଳତା ଦେଇଛି । ଧୋନି ଭାରତକୁ ଦୁଇଟି ବିଶ୍ୱକପ ମଧ୍ୟ ଉପହାର ଦେଇଛନ୍ତି । ତେବେ ସେ ଚଳିତ ବିଶ୍ୱକପରେ ଅଧିନାୟକ ନଥିଲେ ମଧ୍ୟ ଦଳରେ ତାଙ୍କ ଉପସ୍ଥିତି ଭଲ ଜାଗାରେ ପହଁଞ୍ଚାଇ ପାରିବ ବୋଲି ଚର୍ଚ୍ଚା ହେଉଛି । ସେ ମଧ୍ୟ ଏବେ ଭଲ ଫର୍ମରେ ନଜର ଆସୁଛନ୍ତି । ଆଇପିଏଲରେ ଚେନ୍ନାଇକୁ ଏକାକି ମଧ୍ୟ ବହୁ ମ୍ୟାଚ ଜିତାଇଛନ୍ତି ।
ଧୋନି କହିଛନ୍ତି କି ବ୍ୟାକ ଇଞ୍ଜୁରୀ ବହୁ ଦିନ ହେବ ତାଙ୍କ ସହ ରହିଛି । ତେବେ ଏବେ ଯଦି ସେମିତି କିଛି ଅନୁଭବ ହୁଏ ତେବେ ମୁଁ କିଛିଦିନ ପାଇଁ ବିଶ୍ରାମ ନେବି । କାରଣ ବିଶ୍ୱକପ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେବେ ଧୋନିଙ୍କ ଅନୁପସ୍ଥିତିରେ ଚଳିତ ଗୋଟିଏ ମ୍ୟାଚରେ ଶୋଚନୀୟ ଭାବରେ ପରାସ୍ତ ହୋଇଛି ଦଳ । ଏଣୁ ଧୋନି ଯଦି ଆଇପିଏଲରୁ ବିଶ୍ରାମ ନେବେ ତାହେଲେ ଚେନ୍ନାଇ ପ୍ରଂଶସକଙ୍କ ମନ ଫିକା ପଡିଯିବ ।