ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ୱାନଡେ ମ୍ୟାଚ୍ ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ୍ ରାଞ୍ଚିରେ ପହଁଚି ସାରଛନ୍ତି । ରାଞ୍ଚି ହେଉଛି ମହେନ୍ଦ୍ର ସିଂ ଧୋନିଙ୍କ ହୋମ ଟାଉନ୍ । ଇତି ମଧ୍ୟରେ ସାକ୍ସୀ ଏବଂ ଧୋନି ତାଙ୍କ ଘରେ ପୂରା ଟିମ୍ ପାଇଁ ରାତ୍ରି ଭୋଜନର ଆୟୋଜନ କରିଛନ୍ତି । ପ୍ରକୃତରେ ଭାରତ ଏବଂ ଅଷ୍ଟେଲିଆ ମଧ୍ୟରେ ଚାଲିଥିବା ୱାନଡେ ସିରିଜ୍ ମ୍ୟାଚ୍ ର ତୃତୀୟ ମ୍ୟାଚ୍ ଆସନ୍ତା କାଲି ଅଛି ।
ସିମିଳିଆ ସ୍ଥିତ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମ ହାଉସରେ ବୁଧବାର ପ୍ରାୟତଃ ରାତି ୮ଟା ବେଳେ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପହଁଚିଥିଲେ । ପୂରା ଟିମ୍ କୁ ଧୋନୀ ଆମନ୍ତ୍ରଣ କରିଥିଲେ । ଏହାସହିତ ଧୋନୀ ତାଙ୍କ ପତ୍ନୀଙ୍କ ସହ ମିଶି ଭାରତୀୟ ଟିମ୍ କୁ ସ୍ୱାଗତ କରିଥିଲେ । ସେଠାରେ ଡିନର କରିବା ସହ ଖେଳାଳି ମାନଙ୍କ ମଧ୍ୟରେ ମସ୍ତି ମଜାକ୍ ମଧ୍ୟ ହୋଇଥିଲା ।
ସେହି ଡିନର ପାର୍ଟିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ପ୍ରତ୍ୟକ ଖେଳାଳି କାଜୁଆଲ ଡ୍ରେସଅପ୍ ରେ ନଜର ଆସିଥିଲେ । ସେଠାରେ ମହେନ୍ଦ୍ର ସିଂ ଧୋନୀ କଳା ରଙ୍ଗର ଜ୍ୟାକେଟ୍ ଏବଂ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋରେ ସାକ୍ସି ମଧ୍ୟ ରହିଥିଲେ । ରାଞ୍ଚିରୁ ୧୫ କିଲୋମିଟର ଦୂରରେ ସିମିଳିଆ ସ୍ଥିତ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମ ହାଉସ ‘କୈଳାଶପତି’ ରେ ଏହି ଡିନର ଆୟୋଜନ କରାଯାଇଥିଲା ।
MS Dhoni hosted #TeamIndia for dinner at his farm house last night! #INDvAUS #MSDhoni #Dhoni pic.twitter.com/8nNguig0vt
— MS Dhoni Fans Official (@msdfansofficial) March 7, 2019
ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଳିମାନେ ଫାର୍ମହାଉସରେ ମସ୍ତି କରିଥିଲେ । ଏଠାରେ ସୁରକ୍ଷା ବ୍ୟବସ୍ଥା କଡା କଡା ଥିଲା । ସେଠାରେ ବାହାରୁ କୌଣସି ବ୍ୟକ୍ତିଙ୍କ ପ୍ରବେଶ ହୋଇନଥିଲା । ମିଡିଆ ବି ଏହି ଆୟୋଜନରୁ ଦୂରେଇ ଥିଲେ ।