ଅକଲାଣ୍ଡ (ଏଟିଆର ବ୍ୟୁରୋ); ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ୱିତୀୟ ଟି-୨୦ । ତେବେ ଏହି ମ୍ୟାଚଟି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୩ଟି ଟି-୨୦ ମ୍ୟାଚ ବିଶିଷ୍ଠ ସିରିଜରେ ନ୍ୟୁଜିଲାଣ୍ଡ ୧-୦ରେ ଆଗୁଆ ରହିଛି । ଆଜି ଯଦି ଭାରତ ହାରି ଯାଏ ତେବେ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ହାତେଇ ଦେବ । ଏଣୁ ଭାରତ ସିରିଜକୁ ଫେରିବା ପାଇଁ ସଂଘର୍ଷ କରିବ । ଦିନିକିଆ ସିରିଜ ହାରିବା ପରେ ଘରୋଇ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ ହାତେଇବା ଲକ୍ଷଙ୍କର ପଡିଆକୁ ଓହ୍ଲାଇବ । ସେପଟେ ନ୍ୟୁଜିଲାଣ୍ଡରେ ଭାରତ କୌଣସି ବି ଟ-୨୦ ମ୍ୟାଚ ଜିତି ନାହିଁ । ଯଦି ଏଠାରେ ଗୋଟିଏ ବି ମ୍ୟାଚ ଜିତେ ତେବେ ଇତିହାସ ରହିବ ଭାରତ । ଏଣୁ ଭାରତ ସିରିଜ ହାତେଇବା ସହିତ ଇତିହାସ ରଚିବା ଲକ୍ଷଙ୍କର ପଡିଆକୁ ଓହ୍ଲାଇବ ।
ମହତ୍ବପୂର୍ଣ୍ଣ ମ୍ୟାଚ୍ରେ ଭାରତ ମଧ୍ୟ ତା’ ଚୂଡ଼ାନ୍ତ ଏକାଦଶରେ କିଛିଟା ଅଦଳ ବଦଳ କରିବାର ସମ୍ଭାବନା ଅଧିକ। କାରଣ ୱେଲିଂଟନରେ ୮ଜଣ ବ୍ୟାଟ୍ସମ୍ୟାନ୍ ଖେଳାଇବା ନିଷ୍ପତ୍ତି ଫସର ଫାଟି ଯାଇଥିଲା। ଦଳରେ ଥିବା ତିନି ଜଣ ୱିକେଟ୍ ରକ୍ଷକ ଋଷବ ପନ୍ତ, ମହେନ୍ଦ୍ର ସିଂହ ଧୋନି ଓ ଦୀନେଶ କାର୍ତିକଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ି ପାରନ୍ତି। ସେହିଭଳି ଜଣେ ଅଲରାଉଣ୍ଡର ମଧ୍ୟ ବେଞ୍ଚରେ ବସିବାର ଆଶଙ୍କା ଅଧିକ। ଅକ୍ଲାଣ୍ଡରେ ଅଧିନାୟକ ରୋହିତ ଶର୍ମା ଦୁଇ ଜଣ ସ୍ପିନରକୁ ନେଇ ଖେଳିପାରନ୍ତି। ସେପଟେ ଦିନିକିଆ ଶୃଙ୍ଖଳାରେ ହାରିବା ପରେ ଘାଇଲା ବାଘ ଭଳି ମନେ ହେଉଥିବା ନ୍ୟୁଜିଲାଣ୍ଡ ଅକ୍ଲାଣ୍ଡ ବିଜୟ ସହ ଦିନିକିଆ ଶୃଙ୍ଖଳା ହାରିବା ପ୍ରତିଶୋଧ ନେବାର ଆଶାରେ ଓହ୍ଲାଇବ। ନ୍ୟୁଜିଲାଣ୍ଡ ଦଳରେ ପରିବର୍ତନର ସମ୍ଭାବନା କମ୍ ଥିଲେ ମଧ୍ୟ ସ୍କଟ୍ କୁଗେଲିନଙ୍କ ସ୍ଥାନରେ ଜେମ୍ସ ନିସାମଙ୍କୁ ଖେଳାଇବା ଘରୋଇ ଦଳ ପାଇଁ ଏକ ବିକଳ୍ପ ହୋଇପାରେ।
ଭାରତୀୟ ବୋଲର ମ୍ୟାଚ୍ରେ ଓପନର ଟମ ସେଇଫର୍ଟଙ୍କୁ ଯଥାଶୀଘ୍ର ଆଉଟ୍ କରିବାକୁ ଚେଷ୍ଟା କରିବ। ନହେଲେ ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ସେଇଫର୍ୟ ମ୍ୟାଚ୍ ଭାରତ ହାତରୁ ଛଡ଼ାଇ ନେବେ। ଏହାବାଦ୍ କେନ୍ ୱିଲିମସନ୍ ଓ କଲିନ୍ ମନୋର ମଧ୍ୟ ଗତ ମ୍ୟାଚ୍ର ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ମଧ୍ୟ କ୍ରମରେ ରସ୍ ଟେଲର ରହିଛନ୍ତି। ତେଣୁ ଭାରତକୁ ମ୍ୟାଚ୍ ଜିତିବାକୁ ହେଲେ ଆସନ୍ତାକାଲି କଠିନ ପରିଶ୍ରମ କରିବାକୁ ପଡ଼ିବ।