ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ଅର୍ଜୁନ ପୁରଷ୍କାର ତାଙ୍କ ନାମ ପଠାଇବାକୁ କରିଛନ୍ତି ଅନୁରୋଧ । ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ତାଙ୍କୁ ଦେଶ ବ୍ୟାପି ସମସ୍ତେ ଶୁଭଛୋ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟରରେ ଶୁଭେଛା ଜଣାଇଥିଲେ । ତେବେ ପଦକ ପାଇବା ପରେ ପ୍ରଥମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଛନ୍ତିି ଦୂତି । ଏହି ଭେଟଘାଟକୁ ନେଇ ଆରମ୍ଭ ହୋଇଛି ଅନେକ ଚର୍ଚ୍ଚା ।
ଦୂତି କହିଛନ୍ତି ତାଙ୍କ ପାଖରେ ଯୋଗ୍ୟତା ଅଛି । ସେ ଅର୍ଜୁନ ପୁରଷ୍କାର ପାଇବା ଦରକାର । ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ନାମକୁ ପଠାଇବା ପାଇଁ ଅନୁରୋଧ କରିଛନ୍ତି । ଦୂତିଙ୍କ ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତିଶୃତି ଦେଇଛନ୍ତି । ଯଦିଓ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୂତିିଙ୍କ ନାମ ଅର୍ଜୁନ ପୁରଷ୍କାର ପାଇବା ପାଇଁ ଯୁବ ଓ କ୍ରିଡା ମନ୍ତ୍ରାଳୟକୁ ଦେଇଥିଲେ । ତେବେ ଏହା ପହଁଞ୍ଚି ପାରିନାହିଁ ବୋଲି ଶୁଣିବାକୁ ମିଳୁଛି । ରାଜ୍ୟରେ ନିର୍ବାଚନ ଏବଂ ବାତ୍ୟା ପାଇଁ ଏହା ସଠିକ ସମୟରେ ପହଁଞ୍ଚି ପାରି ନାହିଁ ବୋଲି ସୂଚନା ମିଳିଛି । କିନ୍ତୁ ଏବେ ସୁଦ୍ଧା ଯେପର୍ଯ୍ୟନ୍ତ ନାଁ ଘୋଷଣା ହୋଇ ନାହିଁ ସେ ଯାଏଁ ମୋ ନାଁ ବାଦ୍ ପଡିଛି ବୋଲି କୁହାଯାଇପାରିବନି କହିଛନ୍ତି ଦୂତି ଚାନ୍ଦ ।
ଏବେ ମଧ୍ୟ ଆଶା ରଖିଛନ୍ତି କି ତାଙ୍କୁ ମିଳିବ ଅର୍ଜୁନ ପୁରଷ୍କାର । କାରଣ ଏପର୍ଯ୍ୟନ୍ତ ନାମ ଘୋଷଣା ହୋଇନାହିଁ । କାଳେ ଶେଷ ସମୟରେ ତାଙ୍କ ନାମକୁ ଯୋଡା ଯାଇପାରେ । କାରଣ ଦୂତିଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି । ସେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଭଲ ପ୍ରଦର୍ଶନ କରି ଆସିଛନ୍ତି । ଦୂତିଙ୍କ ପାଇଁ ସାରା ଓଡିଶା ଗର୍ବିତ । ତେବେ ଦୂତି ସବୁବେଳେ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି । ସେ ପୁରୁଷ ହରମୋନ ହେଉ ବା ସମଲିଙ୍ଗୀ ସମ୍ପର୍କ ହେଉ । କିଛି ଦିନ ତଳେ ଜଣେ ଝିଅ ସହିତ ସମଲିଙ୍ଗୀ ସମ୍ପର୍କରେ ଥିବା କଥା ଜାତୀୟ ଗଣମାଧ୍ୟମ ଆଗରେ କହିଥିଲେ ଦୂତି । ଯାହାକୁ ନେଇ ବହୁ ଚର୍ଚ୍ଚା ହୋଇଥିଲା ।
ଇଣ୍ଡିଆ ଟୁଡେ ‘ହାଇ ଆଣ୍ଡ୍ ମାଇଟି’ ରୢାଙ୍କିଙ୍ଗ୍ ଦୂତି ୫୦ କ୍ଷମତାଶାଳୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଇଣ୍ଡିଆ ଟୁଡେ ପତ୍ରିକାର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ହେବାକୁ ଥିବା ଏହି ତାଲିକାରେ ଦୂତି ୪୭ତମ ସ୍ଥାନରେ ରହିଛନ୍ତି। ପତ୍ରିକା ଦୂତିଙ୍କୁ ଭାରତର ପ୍ରଥମ ସମଲିଙ୍ଗୀ କ୍ରୀଡ଼ାବିତ୍ ଭାବେ ବର୍ଣ୍ଣନା କରିଛି। ଦୂତି ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଥିଲା ବେଳେ ଇଟାଲିରେ ଅନୁଷ୍ଠିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ। ତାଙ୍କର ଭାରତୀୟ ସମାଜ ବିଶେଷ କରି ଯୁବ ପିଢ଼ି ଉପରେ ଅଖଣ୍ଡ ପ୍ରଭାବ ରହିଥିବା ପତ୍ରିକା ଦର୍ଶାଇଛି।