ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ଘରୋଇ ପରିବେଶରେ କମାଲ କଲା ଇଂଲଣ୍ଡ । ଗତକାଲି ବିଶ୍ୱକପର ୨୪ ନମ୍ବର ମ୍ୟାଚରେ ଆଫଗାନିସ୍ତାନକୁ ୧୫୦ରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ପରେ ଦଳ ପୁଣିଥରେ ପଏଣ୍ଟ ଟେବୁଲର ଟପରେ ରହିଛି । ୫ଟି ମ୍ୟାଚରୁ ଦଳ ୪ଟି ବିଜୟ ହୋଇ ୮ ପଏଣ୍ଟ ପାଇଛି । ଅଷ୍ଟ୍ରେଲିଆ ମଧ୍ୟ ୫ଟି ମ୍ୟାଚରୁ ୮ ପଏଣ୍ଟ ପାଇଛି । ନେଟ ରନରେଟ ହିସାବରେ ଉପରେ ରହିଛି ଇଂଲଣ୍ଡ ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋର କରିଥିଲା । ଚଳିତ ବିଶ୍ୱକପର ସବୁଠାରୁ ବଡ ସ୍କୋର କରିବାରେ ସଫଳ ହୋଇଥିଲା ଦଳ । ଇଂଲଣ୍ଡ ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ହରାଇ ୩୯୭ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ଅଧିନାୟକ ଦମଦାର ଶତକୀୟ ପାଳି,ଜନିବେୟାଷ୍ଟ୍ର ଏବଂ ଜୋ ରୁଟଙ୍କ ଅର୍ଦ୍ଧ ଶତକ ଇଂଲଣ୍ଡ ବିଜୟର ମୁଖ୍ୟ କାରଣ ।
୩୯୮ ରନର ଜବାବରେ ଆଫଗାନିସ୍ତାନ ୫୦ ଓଭରରେ ୨୪୭/୮ରେ ସୀମିତ ରହିଯାଇଥିଲା। ହସ୍ମାତୁଲ୍ଲା ସାହିଦି (୭୬, ୧୦୦ ବଲ) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋର୍ଫା ଆର୍ଚର ଏବଂ ଆଦିଲ ରସିଦ୍ ୩-୩ ୱିକେଟ୍ ନେଇଥିଲେ। ମୋର୍ଗାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ଆଫଗାନିସ୍ତାନ ପଞ୍ଚମରୁ ପଞ୍ଚମ ପରାଜୟ ସହିତ ଆନୁଷ୍ଠାନିକ ଭାବେ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି।