ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଆଜି ଆୟୋଜକ ଇଂଲଣ୍ଡକୁ ଭେଟିବା ପାଇଁ ଯାଉଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ଥାନ । ଉଭୟ ବିଶ୍ୱକପରେ ନିଜର ଦ୍ୱିତୀୟ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ଇଂଲଣ୍ଡ ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ପାକିସ୍ଥାନ ପ୍ରଥମ ମ୍ୟାଚରେ ୱେଷ୍ଟ ଇଣ୍ଡିଜଠାରୁ ପରାସ୍ତ ହୋଇଥିଲା । ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଆଶାରେ ମଇଦାନକୁ ଓହ୍ଲାଇବେ ।
ଘରୋଇ ମଇଦାନରେ ମ୍ୟାଚ ଖେଳୁଥିବା ଇଂଲଣ୍ଡର ପଲ୍ଲା ଭାରି ରହିବ । ଦଳର ଖେଳାଳିମାନେ ମାନେ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଯାହାକି ଦଳର ପ୍ଳସ ପଏଣ୍ଟ । ଅପରପକ୍ଷରେ ପାକିସ୍ଥାନ ପ୍ରଥମ ମ୍ୟାଚରେ ୱେଷ୍ଟ ଇଣ୍ଡିଜଠାରୁ ଅମାନତ ହାରିଥିଲା । ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ବୋଲିଂରେ କେବଳ ମହମ୍ମଦ ଅମୀର ଭଲ ପ୍ରଦର୍ଶନ କରିଥିଲେ । ବାକି ବୋଲରଙ୍କୁ ଧୁଲେଇ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ହେବା ସହିତ ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ପାକିସ୍ଥାନ ।
ଇଂଲଣ୍ଡର ବ୍ୟାଟିଂ ,ବୋଲିଂ ଏବଂ ପିଲ୍ଡି ସବୁଥିରେ ପୂର୍ବାପେକ୍ଷା ଉନ୍ନତି ହୋଇଛି । ଘରୋଇ ପରିବେଶରେ ଦଳର ଶକ୍ତି ଦ୍ୱିଗୁଣିତ ହୋଇଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚରେ ଦଳର ୪ଜଣ ଖେଳାଳି ଅର୍ଦ୍ଧ ଶତକ ଅର୍ଜନ କରିଥିଲେ । ଆଜିର ମ୍ୟାଚରେ ବିଜୟ ହୋଇ ପଏଣ୍ଟ ଟେବୁଲରେ ଟପକୁ ଯିବା ପାଇଁ ଚେଷ୍ଟା କରିବ ଦଳ ।