ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଉଥ୍ ଆଫ୍ରିକାର କ୍ରିକେଟ୍ ଟିମ୍ କୁ ଝଟକା ଲାଗିଛି । ଫ୍ୟାଫ ଡୁ ପ୍ଲେସି ଏକ ବଡ ନିଷ୍ପତି ନେଇ ଟେଷ୍ଟ ଏବଂ ଟି୨୦ କ୍ୟାପ୍ଟେନ ପଦ ଛାଡିଛନ୍ତି । ପୂର୍ବରୁ ସେ ୱାନଡେ କ୍ୟାପ୍ଟେନ ପଦ ଛାଡିଥିଲେ । ଇଂଲଣ୍ଡ ବିପକ୍ଷରେ ୱାନଡେ ସିରିଜ୍ ରେ ଡୁ ପ୍ଲେସିଙ୍କ ସ୍ଥାନରେ କ୍ୱିଂଟନ ଡିକକଙ୍କୁ କ୍ୟାପ୍ଟେନ କରାଯାଇଥିଲା ।
କ୍ରିକେଟ ସାଉଥ ଆଫ୍ରିକା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି କି, ଫ୍ୟାଫ ଡୁ ପ୍ଲେସି ପ୍ରୋଟିୟାଜ ଟିମ୍ ର ଟେଷ୍ଟ ଏବଂ ଟି୨୦ ର କ୍ୟାପ୍ଟେନ ଜରୁରୀକାଳୀନ ପରିସ୍ଥିତିରେ ପଦ ଛାଡିବାକୁ ନିଷ୍ପତି ନେଇଛନ୍ତି ।
କ୍ୟାପ୍ଟେନ ପଦ ଛାଡିବାର ନିଷ୍ପତି ନେବା ପରେ ଫ୍ୟାଫ୍ ଡୁ ପ୍ଲେସି କହିଛନ୍ତି, ‘ସାଉଥ ଆଫ୍ରିକା କ୍ରିକେଟ୍ ନୂତନ ଫର୍ମାଟରେ ପହଁଚିଛି, ନୂଆ ଚେହେରା, ନୂଆ ଲିଡରସିପ୍, ନୂଆ ଚ୍ୟାଲେଞ୍ଜ ଏବଂ ନୂଆ ରଣନୀତି । ମୁଁ ଏବେ ବି ସାଉଥ ଆଫ୍ରିକା ଟିମ୍ ପାଇଁ ତିନୋଟି ଫର୍ମାଟରେ ଜଣେ ଖେଳାଳୀ ଭାବେ ଖେଳିବି ଏବଂ ଟିମ୍ ର ମୁଖିଆକୁ ସାହାଯ୍ୟ କରିବି ।