ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ଏଫଆଇଏଚ ହକି ଟୁଣ୍ଟାମେଣ୍ଟରେ ଭାରତର ଦ୍ୱିତୀୟ ବିଜୟ । ଏହି ବିଜୟ ପରେ ଦଳ ଗ୍ରୃପ ଏର ପଏଣ୍ଟ ଟେବୁଲର ଟପରେ ରହିଛି । ଗତକାଲି ପୋଲାଣ୍ଡକୁ ୩-୧ରେ ହରାଇବା ପରେ ଭାରତ ଏହି ରେକର୍ଡ କରିଛି । ଘରୋଇ ପରିବେଶରେ ଖେଳୁଥିବାରୁ ଭାରତର ପଲ୍ଲା ଭାରି ରହିଛି ।
ଶୁକ୍ରବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମ କ୍ବାର୍ଟର୍ ଗୋଲ୍ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟର୍ରେ ଅଧିନାୟକ ମନ୍ପ୍ରୀତ ୨୧ତମ ମିନିଟ୍ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ହେଲେ ପୋଲାଣ୍ଡର ମାତ୍ୟୁଜ ହୁଲବୋଜ ୨୫ତମ ମିନିଟ୍ରେ ଏହି ଗୋଲ୍ଟିକୁ ଶୁଝି ସ୍ଥିତି ବରାବର କରି ଦେଇଥିଲେ। ଏହାର ୧ ମିନିଟ୍ ପରେ ସିମ୍ରନଜିତ୍ ସିଂହଙ୍କ ଏକ ସୁନ୍ଦର ପାସ୍କୁ ମନ୍ପ୍ରୀତ (୨୬ ମିନିଟ୍) ପୋଲାଣ୍ଡ ଗୋଲ୍ପୋଷ୍ଟ୍କୁ ପଠାଇ ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇଥିଲେ। ତାଙ୍କର ଏହି ଗୋଲ୍ ବଳରେ ଭାରତ ପୁଣି ଥରେ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଧ ୨-୧ରେ ଶେଷ ହୋଇଥିଲା।
ଭାରତ ପ୍ରଥମ ମ୍ୟାଚରେ ଋଷିଆକୁ ୧୦-୦ ଗୋଲରେ ହରାଇଥିଲା । ଘରୋଇ ପରିବେଶରେ ଖେଳୁଥିବାରୁ ପ୍ରଂଶସକଙ୍କ ଉତ୍ସାହ ଦଳକୁ ସହଯୋଗ କରୁଛି । ଭାରତ ଶେଷ ଲିଗ ମ୍ୟାଚରେ ଉଜବେକିସ୍ତାନକୁ ଭେଟିବ । ଏବେ ଭାରତ ଦୁଇଟି ମ୍ୟାଚ ବିଜୟ ହେବା ପରେ ୬ ପଏଣ୍ଟ ପାଇଛି । ଦଳ ସେମି ଫାଇନାଲ ନିକଟବର୍ତ୍ତୀ ହୋଇଛି ।