ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ଓଡିଆ ପୁଅ ଦିଲ୍ଲୀପ ତିର୍କୀ ହୋଇଛନ୍ତି ହକି ଇଣ୍ଡିଆର ସଭାପତି । ହକି ଇଣ୍ଡିଆର ସଭାପତି ଭାବେ ଦିଲ୍ଲୀପ ତିର୍କୀଙ୍କୁ ମନୋନୀତ କରାଯାଇଛି । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଦିଲ୍ଲୀପ । ବର୍ତ୍ତମାନ ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି ଦିଲ୍ଲୀପ ।
ହକି ଇଣ୍ଡିଆ ସଭାପତି ଭାବେ ନିର୍ବାଚିତ ହେବା ପରେ ଦିଲ୍ଲୀପ ତିର୍କୀ ଖୁସୀ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ମୋର ଲକ୍ଷ୍ୟ ହେଉଛି ଭାରତୀୟ ହକିକୁ ଶୀର୍ଷ ସ୍ତରରେ ପହଁଚାଇବା । ଯଥା ସମ୍ଭବ ଦଳକୁ ଆଗକୁ ନେବାକୁ ପ୍ରୟାସ କରିବି ।
ବର୍ତ୍ତମାନ ନରିନ୍ଦା ବାତ୍ରା ହକି ଇଣ୍ଡିଆର ସଭାପତି ଥିବା ବେଳେ ତାଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ସେଥିପାଇଁ ଏହି ପଦବୀ ଲାଗି ଦିଲ୍ଲୀପ ତିର୍କୀଙ୍କ ସହ ଅନ୍ୟ ଦୁଇ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପ୍ରତ୍ୟାହାରର ଆଜି ଶେଷ ତାରିଖ ଥିଲା ଏଥିରେ ଦୁଇ ଜଣ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ । ଯାହାଫଳରେ ନିଦ୍ୱର୍ନ୍ଦରେ ଦିଲ୍ଲୀପ ତିର୍କୀ ବିଜୟୀ ହୋଇଛନ୍ତି ।