ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ବୋଲିଂରେ ପରିବର୍ତ୍ତନ ଆସିଛି । ପ୍ରଥମ ଦିନରେ ଭାରତ ମାତ୍ର ଦୁଇଟି ୱିକେଟ ଯାଇଥିବା ବେଳେ ଦ୍ୱିତୀୟ ଦିନରେ ଭାରତର ଦୁଇ ଭରଷାଯୋଗ୍ୟ ଖେଳାଳି କୋହଲି ଏବଂ ପୂଜାରାଙ୍କୁ ଆଉଟ କରି ଦେଇଛନ୍ତି । ସେପଟେ ରାହାଣେ ରୋହିତଙ୍କ ସହ ଭଲ ପାର୍ଟନରସିପ ଆରମ୍ଭ କଲା ବେଳକୁ ତାଙ୍କୁ ମଧ୍ୟ ଆଉଟ କରି ନେଇଛନ୍ତି କଙ୍ଗାରୁ ବୋଲର ଲିଓନ । ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ ପାଟ ଚୁମିନ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଲିଓନ ଗୋଟିଏ ଏବଂ ଷ୍ଟାର୍କ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି ।
ଭାରତ ପକ୍ଷରୁ ପୂଜାରା ୧୦୬ ରନ କରିଥିବା ବେଳେ କୋହଲି ୮୨ ରନ ଆଉଟ ହୋଇ ଯାଇଛନ୍ତି । ରିପୋର୍ଟ ଲେଖାଯିବ ପର୍ଯ୍ୟନ୍ତ ତୃତୀୟ ସେସନରେ ଭାରତ ମୂଲ୍ୟବାନ ୫ଟି ୱିକେଟ ହରାଇ ୩୬୫ ରନ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ରୋହିତ ଶର୍ମା ଏବଂ ପନ୍ଥ ବ୍ୟାଟିଂ ଜାରି ରଖିଛନ୍ତି । ଏହି ଦୁଇ ଖେଳାଳି ଯଦି ପଡିଆରେ କିଛି ସମୟ ତିଷ୍ଠି ଯିବେ ତେବେ ଦଳୀୟ ବଡ ଧରଣର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।