ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଇତିହାସ ରଚିଲେ ଭାରତୀୟ ଧାବିକା ହିମା ଦାସ । ଫିନଲାଣ୍ଡର ଟାମ୍ପରେ ଆୟୋଜିତ ୨୦ ବର୍ଷରୁ କମ ବିଶ୍ୱ ଆଇଏଏଏଫର ୪୦୦ ମିଟର ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ଜିତିଛନ୍ତି ହିମା । ତାଙ୍କୁୁ ମାତ୍ର ୧୮ବର୍ଷ ହୋଇଛି । ହିମା ଏହି ରେସକୁ ମାତ୍ର (୫୧.୬୪ ସେକେଣ୍ଡ)ରେ ଶେଷ କରିଥିଲେ ।
ଭାରତର ପ୍ରଥମ ଖେଳାଳି ଯିଏ କି, ବିଶ୍ୱ ଆଇଏଏଏଫ ଦୌଡ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ହାସଲ କରିଛନ୍ତି । ତାଙ୍କ ପଛରେ ରୋମାନିଆର ଆନ୍ଦ୍ରିଆ ମିକାଲୋସ (୫୨.୦୭ସେକେଣ୍ଡ)ରେ ରୌପ୍ୟ ପଦକ ଜିତି ଥିବା ବେଳେ ଆମେରିକାର ଟେଲର ମାନସନ(୫୨.୨୮ ସେକେଣ୍ଡ)ରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ଜାର୍କତା ଏସୀୟ କ୍ରୀଡାରେ ବି ଯୋଗ୍ୟତା ହାସଲ କରିଥିଲେ ।
ଅପରପକ୍ଷେ ଜାଭେଲିନ ତାରକା ନିରଜ ଚୋପ୍ରା ମଧ୍ୟ ୨୦୧୬ ବିଶ୍ୱ ଆଇଏଏଏଫ ପୋଲାଣ୍ଡରେ ଆୟୋଜିତ ସଂସ୍କରଣରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ । ଏହା ବ୍ୟତୀତ ୨୦୦୨ରେ ସୀମା ପୁନିଆ ଏବଂ ୨୦୧୪ରେ ନଭଜ୍ୟୋତ ସିଂହ ଡିଲୋଁ ଡିସ୍କସରେ କାଂସ୍ୟ ପଦକ ଜିତିଥିଲେ ।
ତେବେ ହିମାଙ୍କ ଏହି ଐତିହାସିକ ସଫଳତା ପାଇଁ ସାରା ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି । ଏବଂ ହିମାଙ୍କୁ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ହିମାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି କ୍ରମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହିମାଙ୍କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ଏକ ଭିଡିଓ ସେୟାର କରିଛନ୍ତି ।
At only 18, Hima Das’ gold in @IAAForg World Under-20 Athletics is a big moment for Indian sports. Congratulate #HimaDas on being the first Indian to win gold in this international competition. The nation is proud & inspired. My best wishes. https://t.co/isQhUDNnBL
— Naveen Patnaik (@Naveen_Odisha) July 13, 2018