ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଉ ମାତ୍ରା ଦୁଇ ଦିନ ବାକି ଅଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) । ଏନେଇ ପ୍ରତ୍ୟେକ ଟିମ୍ ମଧ୍ୟରେ ଜୋର ସୋରରେ ଅଭ୍ୟାସ ଜାରି ରହିଛି । ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୩୦ ପର୍ଯ୍ୟନ୍ତ ଚାଲିବ ମ୍ୟାଚ । ଏହି ଅବସରରେ ସମସ୍ତ ୮ ଟିମ୍ ମଧ୍ୟରେ ୫୬ ଟି ମ୍ୟାଚ ଖେଳାଯିବ । କିନ୍ତୁ କୋଭିଡ ସଂକ୍ରମଣ ପାଇଁ ଖାଲି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । କୌଣସି ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।
ଏହି ସିଜିନ୍ ର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚେନ୍ନାଇରେ ଖେଳାଯିବ । ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ସାତଟାରେ ମ୍ୟାଚ ଖେଳାଯିବ । କିନ୍ତୁ ଯେଉଁଦିନ ଦୁଇଟି ମ୍ୟାଚ ଥିବ ସେହିଦିନ ପ୍ରଥମ ମ୍ୟାଚର ଆରମ୍ଭ ଦ୍ୱିପ୍ରହର ସାଢେ ୩ଟାରୁ ଆରମ୍ଭ ହେବ । ସେହିପରି ଆଇପିଏଲ ୨୦୨୧ ରେ ୧୧ ଦିନ ଡବଲ ହେଡର ଖେଳାଯିବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇପଏଲ ୨୦୨୧ର ସମସ୍ତ ମ୍ୟାଚ ମୋଟ ୬ଟି ସହରରେ ଖେଳାଯିବ । ସେହି ସହର ଗୁଡିକ ମଧ୍ୟରେ ଚେନ୍ନାଇ, ଅହମଦାବାଦ, ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ବାଇ, ଏବଂ କୋଲକାତା ସାମିଲ ଅଛି ।
ସେହିପରି ଆଇପିଏଲରେ ଖେଳାଯିବାକୁ ଥିବା ସମସ୍ତ ମ୍ୟାଚ ପ୍ରସାରଣ କରିବାର ଅଧିକାର କେବଳ ଷ୍ଟାର ସ୍ପୋର୍ଟସ ନିକଟରେ ଅଛି । ମ୍ୟାଚର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ ୧ ଏଚଡି/ଏସଡି ଏବଂ ଷ୍ଟାର ସ୍ପୋର୍ଟସ ୩ ଏଚଡି/ଏସଡି ରେ ହେବ । ଏହାବ୍ୟତିତ ମ୍ୟାଚର ଅନଲାଇନ ଷ୍ଟ୍ରିମିଂ ଡିଜନୀ ହଟଷ୍ଟାରରେ ଉପଲବ୍ଧ କରାଯିବ ।