ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ୟୁଏଇ ଏବଂ ଓମାନ ରେ ଆରମ୍ଭ ଟି୨୦ ବିଶ୍ୱକପର ସପ୍ତମ ସଂସ୍କରଣ । ଏହି ଖେଳ ଆସନ୍ତା ନଭେମ୍ଭର ୧୪ ଯାଏଁ ଚାଲିବ । ଅକ୍ଟୋବର ୨୩ ରୁ ହେବ ମେନ୍ ମୁକାବିଲା । ଚଳିତବର୍ଷ ମେନ୍ ଇଭେଣ୍ଟରେ ୧୨ ଟି ଟିମ୍ ଖେଳିବେ । ସମସ୍ତ ଟିମ୍ କୁ ଦୁଇଟି ଗ୍ରୁପରେ ବାଣ୍ଟି ଦିଆଯାଇଛି । ଗ୍ରୁପ ଏ ରେ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍ , ସାଉଥ ଆଫ୍ରିକା, ଇଂଲଣ୍ଡ ଏବଂ ଦୁଇଟି କ୍ୟାଲିଫାୟର ଟିମ୍ ସାମିଲ ଅଛନ୍ତି । ସେହିପରି ଗ୍ରୁପ୍ ବି ରେ ଭାରତ, ପାକିସ୍ତାନ, ନ୍ୟୁଜଲାଣ୍ଡ, ଆଫଗାନିସ୍ତାନ ଏବଂ ଦୁଇଟି କ୍ୟାଲିଫାୟର ଟିମ୍ ।
ଅକ୍ଟୋବର ୧୭ ରୁ ୨୨ ପର୍ଯ୍ୟନ୍ତ କ୍ୟାଲିଫାୟର ମୁକାବିଲା ଖେଳାଯିବ । ଏହାପରେ ଅକ୍ଟୋବର ୨୩ ରେ ସୁପର୧୨ ରାଉଣ୍ଡ ଆରମ୍ଭ ହେବ । ନଭେମ୍ବର ୧୦ ଏବଂ ୧୧ ରେ ସେମିଫାଇନାଲ ଖେଳାଯିବା ଏବଂ ନଭେମ୍ବର ୧୪ ରେ ଦୁବାଇରେ ଫାଇନାଲ ମୁକାବିଲା ଖେଳାଯିବ । ଏଥିପାଇଁ ଆଇସିସି ପକ୍ଷରୁ ଦୁଇଟି ଟାଇମ ସ୍ଲଟ ଧାର୍ଯ୍ୟ କରାଯାଇଛି । ଡବଲ ହେଡର ଦିନ ପ୍ରଥମ ମ୍ୟାଚ ଅପରାହ୍ନ ୩ ଟା ୩୦ ରେ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭ ଟା ୩୦ରେ ଖେଳାଯିବ । ଯେଉଁଦିନ ସିଙ୍ଗଲ ମ୍ୟାଚ ଥିବ ସେଦିନ ସନ୍ଧ୍ୟା ୭ ଟା ୩୦ ରେ ଖେଳାଯିବ ।