ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଦୁଇଟି ଦଳ ସେମିରେ ସ୍ଥାନ ପକ୍କା କରିଥିବା ବେଳେ ଗତକାଲି ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡ ତୃତୀୟ ଦଳ ଭାବରେ ସେମିରେ ପହଁଞ୍ଚିଛି । ନ୍ୟୁଜିଲାଣ୍ଡ ହାରିବା ପରେ ମଧ୍ୟ ସେମି ଆଶା ରହିଛି । କିନ୍ତୁ ନ୍ୟୁଜିଲାଣ୍ଡର ଭାଗ୍ୟ ସୂତା ଖିଅରେ ଲଟକି ରହିଛି । ଶେଷ ମ୍ୟାଚ ଯଦି ପାକିସ୍ତାନ ଜିତେ ତେବେ ନ୍ୟୁଜିଲାଣ୍ଡ ସେମି ଆଶା ପାଣିଚିଆ ହୋଇଯିବ । ତେବେ ପାକିସ୍ତାନ ଯଦି ବଡ ବ୍ୟବଧାନରେ ଜିତେ ତାହେଲେ ଦଳ ସେମି ଯିବ । ନଚେତ ୧୧ ପଏଣ୍ଟ ପାଇଲେ ସୁଦ୍ଧା ନେଟ ରନରେଟ ହିସାବରେ ନ୍ୟୁଜିଲାଣ୍ଡ ସେମିକୁ ଯିବ । ଆଉ ପାକିସ୍ତାନ ଜିତିଲେ ସୁଦ୍ଧା ହତାଶ ହୋଇ ଘରକୁ ଫେରିବ ।
ଗତକାଲି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ (୧୦୬) ଓ ଜାସନ ରଏ (୬୦) ପୁଣି ଥରେ ଦ୍ରୁତ ଏବଂ ଦୃଢ଼ ମୂଳଦୁଆ ପକାଇଥିଲେ। ୫୦ ଓଭର ଖେଳି ୮ ୱିକେଟ୍ ହରାଇ ୩୦୫ ରନ୍ କରି ନେଇଥିଲା। ଅଧିନାୟକ ଇଅନ ମୋର୍ଗାନ ତୃତୀୟ ସର୍ବାଧିକ ୪୨ ରନ୍ କରିଥିଲେ।
୩୦୬ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ପାଞ୍ଚ ଓଭର ଭିତରେ ହିଁ ଆପାତତଃ ମ୍ୟାଚ୍ ହାରି ଯାଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍ଟିନ ଗପ୍ଟିଲ (୮) ଓ ହେନରି ନିକୋଲ୍ସ (୦) ପୁଣି ଥରେ ନିରାଶ କରିଥିଲେ। ଉଭୟ ୧୪ ରନ୍ ଭିତରେ ପ୍ୟାଭିଲିୟନ ଫେରି ଯାଇଥିଲେ। ଦ୍ୱିତୀୟ ଇନିଂସରେ ୩୦୬ ରନ୍ ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିଥିଲା ଏବଂ ଟିମ୍ ୪୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୮୫ ରନ୍ କରିଛି। ଟିମ୍ ପକ୍ଷରୁ ଟମ୍ ଲଥାମ୍ ସର୍ବାଧିକ ୫୭ ରନ୍ କରିଥିଲେ।