ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରବିବାର ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ତୃତୀୟ ଏବଂ ଶେଷ ମ୍ୟାଚ । କୋଲକାତାର ଇଡନ ଗାର୍ଡେନ ଷ୍ଟାଡିୟମରେ ହେବାକୁ ଥିବା ମୁକାବିଲା ରେ ଦୁଇ ଦଳ ଜିତିବା ପାଇଁ ପ୍ରୟାସ କରିବେ । ଏହି ମୁକାବିଲାରେ ଭାରତର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏକ ଖାସ୍ ଉପଲବ୍ଧ ନିଜ ନାଁରେ କରିବାକୁ ଚାହିଁବେ ।
ଏହି ମ୍ୟାଚରେ ୟୁଜବେନ୍ଦ୍ର ଗୋଟେ ୱିକେଟ ନେବା ପରେ ସେ ଟି୨୦ ଅନ୍ତରାଷ୍ଟ୍ରୀୟରେ ସବୁଠାରୁ ଅଧିକ ୱିକେଟ ନେଇଥିବା ଭାରତୀୟ ବୋଲର ହୋଇଯିବେ । ଏହି ମାମଲାରେ ସେ ଧୁରନ୍ଦର ବୋଲର ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ଦେବେ । ଦୁଇ ଜଣ ଖେଳାଳୀଙ୍କ ଖାତାରେ ଏବେ ୬୬ଟି ୱିକେଟ ରହିଛି । ଅବଶ୍ୟ ୫୫ ଟି ମ୍ୟାଚରେ ବୁମରାହ ୬୬ ୱିକେଟ ନେଇଥିବା ବେଳେ ୫୨ ଟି ମ୍ୟାଚରେ ଚହଲଙ୍କ ଏହି ସଂଖ୍ୟା ୬୬କୁ ଛୁଇଁଛି ।
ଟି୨୦ ଅନ୍ତରାଷ୍ଟ୍ରୀୟରେ ସର୍ବାଧିକ ୱିକେଟ ନେଇଥିବା ଶୀର୍ଷ ପାଞ୍ଚ ଭାରତୀୟ:
ଜସପ୍ରୀତ ବୁମରାହ: ୬୬ ୱିକେଟ
ୟୁଜବେନ୍ଦ୍ର ଚହଲ: ୬୬ ୱିକେଟ
ରବିଚନ୍ଦ୍ରନ ଅଶ୍ୱିନ: ୬୧ ୱେିକେଟ
ଭୁବନେଶ୍ୱର କୁମାର: ୫୫ ୱିକେଟ
ରବିନ୍ଦ୍ର ଜଡେଜା: ୪୬ ୱିକେଟ