କୋଲକତା(ଏଟିଆର ବ୍ୟୁରୋ): କେଲକାତା ଇଡେନ ଗାର୍ଡେରେ ଖେଳା ଯାଉଥିବା ଐତିହାସିକ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ୩୪୭ ରନ କରି ଇନିଂସ ସମାପ୍ତି ଘୋଷଣା କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ପ୍ରଥମ ଇଂନିସରେ ବାଂଲାଦେଶ ଟିମ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ହେଲେ ଭାରତୀୟ ଟିମର ବୋଲର ମାନେ ୧୦୬ ରନରେ ବାଂଲାଦେଶ ଟିମକୁ ଅଲଆଉଟୁ କରିବାରେ ସଫଳ ହୋଇଥିଲେ ।
ତେବେ ଗତକାଲିର ଅସମାପ୍ତ ୧୭୪/୩ରୁ ଭାତତର ଦ୍ୱିତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲେ କୋହଲି ଏବଂ ରାହାଣେ । କିଛି ସମୟ କିଜ୍ରରେ ରହିବା ପରେ ଆଜିଙ୍କ ରାହାଣେ ନିଜ ଟେଷ୍ଟ କ୍ୟାରିୟରର ୨୨ତମ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଦିବାରାତ୍ର ଟେଷ୍ଟରେ ଭାରତ ପକ୍ଷରୁ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏକ ଦମଦାର ଶତକ(୧୩୬) ଅର୍ଜନ କରିଥିଲେ । କୋହଲିଙ୍କ ଟେଷ୍ଟ କ୍ୟାରିୟରରେ ଏହା ଥିଲା ତାଙ୍କର ୨୭ ତମ ଶତକ । ସେହି ଭଳି ଅନ୍ୟ ମାନଙ୍କ ମଧ୍ୟରେ ଚେରେଶ୍ୱର ପୂଜାରା(୫୫), ଆଜିଙ୍କ୍ୟ ରାହାଣେ (୫୧) କରିଥିଲେ । ତେବେ ବାଂଲାଦେଶ ପକ୍ଷରୁ ଅଲ ଅମିନ ହୁସେନ ଓ ଇବାଦତ ହୁସେନ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।