ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ସେମିଫାଇନାଲର ବାକିଥିବା ଖେଳ ଆଜି ଅନୁଷ୍ଠିତ ହୋଇଛି । ଗତକାଲି ନ୍ୟୁଜିଲାଣ୍ଡ ୪୬ ଓଭର ଗୋଟିଏ ବଲ ଖେଳି ୨୧୧ ରନ କରିଥିଲେ । ଆଜି ୪୬ ଓଭର ଦ୍ୱିତୀୟ ବଲ ପକାଇଥିଲେ ଭୁବନେଶ୍ୱର କୁମାର । ତେବେ ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳି ୮ୱିକେଟ ହରାଇ ମାତ୍ର ୨୩୯ରନ କରିବାରେ ସକ୍ଷମ ହୋଇଛି । ଭାରତ ୨୪୦ ରନର ପିଛା କରିବାକୁ ଯାଇ ଭାରତ ୪ ରନରେ ପ୍ରଥମ ୱିକେଟ ହରାଇଛି । ରୋହିତ ଆଉଟ ହୋଇ ପାଭିଲିୟନ ଫେରିଯାଇଛନ୍ତି । ତେବେ ଆଜି ଦଳ କୋହଲି ଏବଂ ଧୋନୀଙ୍କ ଉପରେ ଭରଷା କରିବ ।
ଆଜି ଖେଳ ଆରମ୍ଭରୁ ସେମିତି ବଡ ସଟ ମାରି ପାରିନଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ଦଳର ସେଟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ରନ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ । ସେ ସର୍ବାଧିକ ୭୪ ରନ କରିଥିଲେ । ଜାଡେଜା ତାଙ୍କୁ ରନ ଆଉଟ କରି ପାଭିଲିୟନ ପଠାଇ ଦେଇଥିଲେ । ତେବେ ସେ ରନଆଉଟ ହୋଇ ଯିବାର ପରବର୍ତ୍ତୀ ବଲରେ ଲଥାମଙ୍କ ଏକ ବଡ ସଟକୁ କ୍ୟାଚ କରି ପାଭିଲିୟନ ପଠାଇ ଦେଇଥିଲେ ଜାଡେଜା । ନ୍ୟୁଜିଲାଣ୍ଡର ପକ୍ଷରୁ କେନ ୱିଲିୟମସନ ଏବଂ ଟେଲର ଅର୍ଦ୍ଧଶତକ ଅର୍ଜନ କରିଥିଲେ । ବାକି ଖେଳାଳି ସେମିତି ବଡ ସ୍କୋର କରି ପାରି ନାହାଁନ୍ତି ।
ଭାରତ ଗତକାଲି ଯେଉଁ ସ୍ପେଲରେ ବୋଲିଂ କରିଥିଲା ଆଜି ମଧ୍ୟ ଖେଳ ଆରମ୍ଭରୁ ସେହି ଭଳି ପ୍ରଦର୍ଶନ କରିଥିଲା । ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନଙ୍କୁ ସେମିତି ବଡ ଧରଣର ସଟ ଖେଳିବାର ସୁଯୋଗ ଦେଇନଥିଲେ । ଦଳ ପକ୍ଷରୁ ଭୁବି ତିନୋଟି ୱିକେଟ ଅକ୍ତିଆର କରିଥିବା ବେଳେ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଚହଲ,ଜାଡେଜା ଏବଂ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟରେ ଗତକାଲି ସନ୍ତୁଷ୍ଟ ହୋଇଥିଲେ ।