ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଆସନ୍ତାକାଲି ଘୋଷଣା ହେବ ଭାରତୀୟ ଦଳ । ବିଶ୍ୱକପ ଦଳରେ ସ୍ଥାନ ପାଇଥିବା କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଶୁଣିବାକୁ ମିଳିଛି । ତେବେ ବିରାଟଙ୍କୁ ବିଶ୍ରାମ ଦେଇ ରୋହିତଙ୍କୁ ଅଧିନାୟକ ପଦ ଦିଆଯାଇପାରେ । ଦଳରେ କିଛି ଖେଳାଳି ପରିବର୍ତ୍ତନର ସମ୍ଭାବନା ରହିଛି । ତେବେ ଦଳରେ କଣ ପରିବର୍ତ୍ତନ ହେଉଛି ତାଉପରେ ସମସ୍ତଙ୍କ ନଜର ।
ଭାରତ ୱେଷ୍ଟ ଇଣ୍ଡିଜରେ ୩ଟି ଟି-୨୦,୩ଟି ଏକଦିବସୀୟ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ଆସନ୍ତା ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ ଏହି ସିରିଜ । ଏବେ ଭାରତୀୟ ଦଳ ଦମଦାର ଫର୍ମରେ ରହିଛି । ତେବେ ସେମିଫାଇନାଲରେ ନୈରାଶ୍ୟ ଜନକ ପ୍ରଦର୍ଶନ ପରେ କ୍ରିକେଟ ପ୍ରେମୀଙ୍କ ମନ ଟିକେ ଉଣା ହୋଇଥିବା ଦେଖିବାକୁ ମିଳିଛି । ମିଡିଲ ଅର୍ଡର ବିଫଳ ହୋଇଥିଲେ । ଏଣୁ ମିଡିଲ ଅର୍ଡର ବ୍ୟାଟିଂରେ ପରିବର୍ତ୍ତନ କରାଯାଇପାରେ ।
ଅଭିଜ୍ଞ ଖେଳାଳି ଧୋନୀଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଶୁଣିବାକୁ ମିଳିଛି । ତେବେ ତାଙ୍କ ସ୍ଥାନରେ ପନ୍ଥ ଏବଂ କାର୍ତ୍ତିକ ଦଳରେ ସାମିଲ ହେବାର ସମ୍ଭାବନା ଅଧିକ ରହିଛି । ଟି-୨୦ରେ ୱେଷ୍ଟଇଣ୍ଡିଜ ଭଲ ଖେଳୁଥିବାରୁ ଭାରତ ସାମନା କରିବା ମୁସକିଲ ହେବ । ତେବେ ଟି-୨୦ ଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରେ ବିସିସିଆଇ । ଏହି ସିରିଜ ପରେ ଭାରତୀୟ ଦଳର କୋଚ ଏବଂ ମ୍ୟାନେଜମେଣ୍ଟ ବଦଳିବାର ଅଧିକ ସମ୍ଭାବନା ରହିଛି ।