ଆଲିଲେଡ(ଏଟିଆର ବ୍ୟୁରୋ); ୧୫ ତାରିଖରେ ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନକିଆ ମ୍ୟାଚ ଅନୁଷ୍ଠିତ ହେବ । ଏହି ମ୍ୟାଚଟି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତ ଏହି ମ୍ୟାଚରେ କର ବା ମର ସ୍ଥିତିରେ ରହିଛି । ୩ଟି ଦିନିକିଆ ବିଶିଷ୍ଟ ସିରିଜରେ ପ୍ରତମ ମ୍ୟାଚରେ ଭାରତ କଙ୍ଗାରୁ ବାହିନୀଠାରୁ ୩୪ ରନରେ ପରାଜୟ ବରଣ କରିଥିଲା । ଏଣୁ ଘରୋଇ ଦଳ ୧-୦ରେ ଆଗୁଆ ରହିଛି । ଯଦି ଭାରତ ଏହି ମ୍ୟାଚଟି ଜିତିନିଏ ତେବେ ଶେଷ ମ୍ୟାଚଟି ଗୁରୁତ୍ୱପୂର୍ଣ୍ଣ ରହିବ । ଯେଉଁ ଦଳ ଜିତିବ ସେ ବାଜି ମାରିବ ଦିନିକିଆ ସିରିଜ ।
ପ୍ରଥମ ଦିନିକିଆରେ ରୋହିତ ଏବଂ ଧୋନୀଙ୍କୁ ଛାଡି ଦେଲେ ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିନଥିଲେ । ଏଣୁ ଦଳ ପରାଜୟ ଗ୍ରହଣ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚରେ କଙ୍ଗାରୁ ବୋଲରଙ୍କୁ ଚକମା ଦେବା ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ମତ ରଖିଛନ୍ତି ଅଧିନାୟକ କୋହଲି । ସେପଟେ ଦଳରେ ମଧ୍ୟ ଖେଳାଳି ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ଆଲିଲେଡରେ ଭାରତ ୫ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚ ଜିତିଛି । ଏଣୁ ଏହି ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।