ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟି୨୦ ମ୍ୟାଚର ତାରିଖ ଏବଂ ସ୍ଥାନକୁ ବଦଳେଇ ଦିଆଯାଇଛି । ଏହି ମ୍ୟାଚ୍ ଫେବ୍ରୁଆରୀ ୨୪ ବିଶାଖପାଟନାରେ ଖେଳାଯିବ ପ୍ରଥମରୁ ଏହା ବେଙ୍ଗାଲୁରୁରେ ହେବାକୁ ଥିଲା । ଫେବ୍ରୁଆରୀ ୨୭ରେ ବେଙ୍ଗଲୁରୁଠାରେ ଦ୍ୱିତୀୟ ଟି୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳାଯିବ, ଯାହା ବିଶାଖାପାଟନାରେ ହେବାକୁ ଥିଲାଫେବ୍ରୁଆରୀ ୨୪ ବେଙ୍ଗାଲୁରୁରେ ହେବାକୁ ଥିଲା ।
ସୁରକ୍ଷା ଯୋଗୁଁ , ଫେବ୍ରୁଆରୀ ୨୪ କୁ ପ୍ରଥମ ମ୍ୟାଚ୍ ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଂଘ କେଏସସିଏ ପକ୍ଷରୁ ଅସମର୍ଥ କରା ଯାଇଥିଲା । ସେ ବିସିସିଆଇକୁ ତାରିଖ ବଦଳାଇବାକୁ ଅନୁରୋଧ କରିଥିଲେ । ଯାହାଦ୍ୱାରା ପ୍ରଶାସକଙ୍କ ସମିତି (ସିଓଏ) ର ସଦସ୍ୟ ବିନୋଦ ରାୟ ଏବଂ ରାୟନା ଇଡୁଲଜୀ ତାଙ୍କୁ ମନାଇଥିଲେ ।
ବେଙ୍ଗାଲୁରୁରେ ଫେବ୍ରୁଆରୀ ୨୪ ରେ ଏୟାର ଇଣ୍ଡିଆ ସୋ’ ଆୟୋଜନ ହେବାକୁ ଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଉପସ୍ଥିତ ହେବେ । ଏହି କାର୍ଯ୍ୟକ୍ରମ ଯୋଗୁଁ ପୋଲିସ ଅଧିକାରୀମାନେ କେଏସସିଏକୁ ସୁରକ୍ଷା ପ୍ରଦାନ କରିବାରେ ଅସମର୍ଥ ଜତାଇ ଥିଲେ ।
ସିଓଏ ପ୍ରମୁଖ ରାୟ କହିଛନ୍ତି କି, ଏହା ଏକ ବାସ୍ତବିକ କାରଣ ଯାହାଦ୍ୱାରା କେଏସସିଏ ଫେବ୍ରୁଆର ୨୪ରେ ମ୍ୟାଚ ଆୟୋଜନ କରି ପାରିନଥାନ୍ତେ । କାର୍ଯ୍ୟବାହୀ ସଚିବ ମୋତେ ବିଶାଖାପାଟଣା ଟି୨୦ ଅନ୍ତରାଷ୍ଟ୍ରୀୟ ସହିତ ତାରିଖ ବଦଳାଇବା ପାଇଁ ଅନୁରୋଧ କରିଥିଲେ, ଯାହାକୁ ମୁଁ ସ୍ୱୀକୃତି କରି ଦେଇଛି ।