ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆଜି ସନ୍ଧ୍ୟା ୭ଟାରେ ଦିଲ୍ଲୀସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମ ଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳା ଯିବ । କିଛି ଦିନ ହେବ ଦିଲ୍ଲୀରେ ପ୍ରଦୂଷଣ ସମସ୍ୟା ଦେଖିବାକୁ ମିଳୁଛି । ସେଥିପାଇଁ ପୂର୍ବରୁ ଏହି ମ୍ୟାଚଟିକୁ ଅନ୍ୟ କେଉଁଠି ଖେଳା ଯିବ ବୋଲି ଖବର ମିଳୁଥିଲା । ହେଲେ ଗତ ଶୁକ୍ରବାର ଦିନ ଉଭୟ ଭାରତୀୟ ଦଳ ଓ ବାଂଲାଦେଶୀ ଦଳ ମାସ୍କ ନପିନ୍ଧି ଅଭ୍ୟାସ କରିଥିଲେ । ଭରତୀୟ ଦଳ ଏହି ଶୃଙ୍ଖଳକୁ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ବାଂଲାଦେଶୀ ଦଳ ମଧ୍ୟ ନିଜ ଟିମ ଅନୁସାରେ ରଣନୀତି ପ୍ରସ୍ତୁତ କରିିଛି ।
ସୂଚନା ଅନୁସାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଭାରତୀୟ ଦଳର ସ୍ଥିତି ଜାଣିବା ପାଇଁ ଫୋନ ମାଧ୍ୟମରେ ଭାରତୀୟ ଦଳର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଆଲେଚନା କରିଛନ୍ତି । ଏହି ଆଲୋଚନାରେ ରୋହିତ କହିଛନ୍ତି ଯେ ଦଳ ପୁରାପୁରି ଠିକ ଅଛି ଏବଂ ବିନା କୌଣସି ଅସୁବିଧାରେ ଦଳ ଅଭ୍ୟାସ ଶେଷ କରିଛି । ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ହେଉଥିବା ଏହି ଶୃଙ୍ଖଳରେ ୩ଟି ମ୍ୟାଚ ଖେଳା ଯିବ । ଆଜିର ମ୍ୟାଚ ପରେ ଅନ୍ୟ ଦୁଇଟି ମ୍ୟାଚ ନଭେମ୍ବର ୭ରେ ରାଜକୋଟ ଓ ଅନ୍ତିମ ତଥା ତୃତୀୟ ମ୍ୟାଚ ନଭେମ୍ବର ୧୦ରେ ନାଗପୁରଠାରେ ଖେଳାଯିବ ।