ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଦୀପାବଳି ଯିବା ପାଞ୍ଚଦିନ ବିତିଗଲାଣି ହେଲେ ଏବେ ବି ଦିଲ୍ଲୀବାସୀ ଏହାର ପ୍ରଭାବ ଭୋଗୁଛନ୍ତି । ଏବେ ବି ଦିଲ୍ଲୀରେ ପ୍ରଦୂଷିତ ବାୟୁ ବହୁଛି । ଏବେ ବି ବିଷାକ୍ତ ବାୟୁ ଘୋଡାଇ ରଖିଛି ରାଜଧାନୀ ଦିଲ୍ଲୀକୁ ।ଏମିତି କି ଏହାର ପ୍ରଭାବ ମଧ୍ୟ ଛୋଟ ପିଲାମାନଙ୍କ ଉପରେ ପଡୁଛି । ସ୍କୁଲ ଗୁଡିକରେ ମଧ୍ୟ ଦିନକୁ ଦିନ ଉପସ୍ଥାନ କମିବାରେ ଲାଗିଛି । ତେବେ ଆସନ୍ତା ଦୁଇଦିନ ମଧ୍ୟରେ ବାୟୁ ମଣ୍ଡଳ ସ୍ୱଭାବିକ ହେବା ଅନୁମାନ କରାଯାଇ ପାରୁନି । ଆହୁରି କିଛି ଦିନ ଏମିତି ଲାଗି ରହିବ ବୋଲି ପରିବେଶ ବିତ୍ ମାନେ ମତ ରଖୁଛନ୍ତିି ।
ସିପିସିବିର ଆକଳନ ଅନୁସାରେ ଗତ ଶୁକ୍ରବାର ଅନୁସାରେ ଗତକାଲି ଅର୍ଥାତ ଶନିବାର ବାୟୁ ମଣ୍ଡଳରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ । ସେହିଭଳି ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ନଭେମ୍ବର ୬ ତାରିଖରେ ବର୍ଷା ହୋଇପାରେ । ଯାହା ଫଳରେ ୬ ତାରିଖ ପରଠାରୁ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି । ତେବେ ଏହାକୁ ଉଲ୍ଲଘନ କରୁଥିବା ଅଭିଯୋଗରେ ୩୪ ଜଣଙ୍କୁ ଗିରଫ କରିଛି ପୋଲିସ ।