ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଚାପରେ ଟିମ୍ ଇଣ୍ଡିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ ଗୁରୁବାର ମାନେ ଆଜି ବାଂଲାଦେଶ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ରେ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ଯଦି ବାଂଲାଦେଶ ବିପକ୍ଷରେ ଭାରତୀୟ ଟିମ୍ ସିରିଜ୍ ନ ହାତଉଛି ତେବେ ଦଳ ପାଇଁ ଚିନ୍ତା ଆହୁରୀ ବଢି ଯିବ । କାରଣ ଦଳର ନଜର ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱ କପ ଉପରେ ରହିଛି । ଇତି ମଧ୍ୟରେ ଏହି ମ୍ୟାଚ୍ ଉପରେ ଚକ୍ରବାତୀୟ ତୁଫାନ ‘ମହା’ ର ବିପଦ ରହିଛି ।
ସୂଚନା ଯୋଗ୍ୟ, ଦିଲ୍ଲୀର ବାୟୁ ପ୍ରଦୂଷଣ ଯୋଗୁଁ ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ଟିମ୍ କୁ ହାରିବାର ସାମ୍ନା କରିବାକୁ ପଡିଥିଲା । ଭାରତୀୟ ଟିମ୍ କୁ ସେହି ଦଳଠାରୁ ହାରିବାକୁ ପଡିଛି ଯେଉଁ ଦଳ ବେତନ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଖେଳାଳୀମାନେ ଧାରଣାରେ ରହିବା ପରେ ମଇଦାନକୁ ଆସିଛନ୍ତି ।
ଭାରତକୁ ଗତ କିଛି ଦିନ ହେବ ଟି୨୦ ରୁ ସଫଳତା ମିଳିପାରୁ ନାହିଁ । ଯେଉଁଭଳି ଭାବେ ଦଳ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ ଏବଂ ଟେଷ୍ଟ କ୍ରିକେଟ ରେ ବିଜୟ ହାସଲ କରିଆସିଛି ।