ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏସିଆ କପ୍ ୨୦୨୩ ମ୍ୟାଚ୍ ଶ୍ରୀଲଙ୍କାରେ ହିଁ ଖେଳାଯିବ । ଭାରତୀୟ କ୍ରିକେଟ ବୋର୍ଡ (ବସିସିଆଇ) ର ସଚିବ ଜୟ ଶାହା ଏବଂ ପାକିସ୍ତାନ କ୍ରିକେଟ ବୋଡ (ପିସିବି) ର ପ୍ରମୁଖ ଜକା ଅଶରଫଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତି ହୋଇଛି । ହାଇବ୍ରିଡ ମଡେଲ ଅନୁଯାୟୀ ଏଥର ମ୍ୟାଚ ଆୟୋଜନ କରିବାର ଅଧିକାର ପାକିସ୍ତାନର ରହିଛି । କିନ୍ତୁ ସେ କେବଳ ୪ଟି ମ୍ୟାଚ୍ ପାକିସ୍ତାନରେ କରିବ ବାକି ମ୍ୟାଚ୍ ଶ୍ରୀଲଙ୍କାରେ ହେବ ।
ଏନେଇ ଆଇପିଏଲର ଚେୟାରମ୍ୟାନ ଅରୁଣ ଧୂମଲ ଏକ ବୟାନରେ କହିଛନ୍ତି କି, ଆମ ସଚିବ ପିସିବି ର ପ୍ରମୁଖ ଜକା ଅଶରଫ ସହ ସାକ୍ଷାତ କରି ଏସିଆ କପ ର ସେଡ୍ୟୁଲ ନେଇ ଚର୍ଚ୍ଚା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଏସିଆ କପ୍ ରେ ଭାରତୀୟ ଟିମ୍ ତାର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ହିଁ ଖେଳିବ ।