ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିରାଟ କୋହଲିଙ୍କ ନେତୃତ୍ୱରେ ରବିବାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ତୃତୀୟ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ,ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଜିତିବା ଉଦ୍ଦେଶ୍ୟରେ ମଇଦାନକୁ ଓହ୍ଲାଇବେ ଭାରତୀୟ କ୍ରିକେଟ ଟିମ୍ । ଧର୍ମଶାଳାରେ ପ୍ରଥମ ମ୍ୟାଚରେ ବର୍ଷା ବାଧକ ସାଜିଥିଲା ସତ କିନ୍ତୁ ଦ୍ୱିତୀୟ ମ୍ୟାଚରେ ସାନ୍ଦାର ପ୍ରଦର୍ଶନ କରି ଭାରତ ବିଜୟ ହାସଲ କରିଥିଲା ।
ମୋହାଲି ରେ ଦକ୍ଷିଣ ଆଫ୍ରିକା ଟିମ୍ ର ବୋଲିଂ ରେ କୋହଲି ଖୁବ୍ ଭଲ ବ୍ୟାଟିଂ କରିଥିଲେ । ଏବେ ଶେଷ ସିରିଜ୍ ପାଇଁ ମଇଦାନରେ ନିଜର ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିବାକୁ ଚେଷ୍ଟା କରିବ ଭାରତୀୟ ଟିମ୍ । କୋହଲିଙ୍କ ପୂର୍ବରୁ ଉପ-କାପ୍ଟେନ ରୋହିତ ଶର୍ମା ଏବଂ ଶିଖର ଧୱନ ଙ୍କୁ କ୍ୟାଗିସୋ ରବାଡାଙ୍କ ଅଧିନରେ ଦୃତ ବୋଲିଂ ଆକ୍ରମଣର ସାମ୍ନା କରିବାକୁ ପଡିବ ।
ସେପଟେ ଯୁବ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ପନ୍ଥ ବି ଆଲୋଚକଙ୍କ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା କରିବେ । ମୋହାଲି ରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚରେ ପନ୍ଥ ନଂ ୪ରେ ମଇଦାନକୁ ଓହ୍ଲାଇଥିଲେ ଏବଂ ୪ ରନ୍ କରି ଆଉଟ୍ ହୋଇଯାଇଥିଲେ ।