ବିଶାଖାପାଟନମ (ଏଟିଆର ବ୍ୟୁରୋ): ଆଜି ବିଶାଖାପାଟନମରେ ଭାରତ ଓ ୱେଷ୍ଟଇଣ୍ଟିଜ ମଧ୍ୟରେ ଧୁଆଁଧାର ମ୍ୟାଚ ଦେଖିବାକୁ ମିଳୁଛି । ଭାରତ ୱେଷ୍ଟଇଣ୍ଟିଜ ସମ୍ମୁଖରେ ୩୮୭ରନର ଟାର୍ଗେଟ ଧାର୍ଯ୍ୟ କରିଛି । ଭାରତର ଉପ- ଅଧିନାୟକ ରୋହିତ ଶର୍ମା ୧୫୯ରନ କରିଥିବା ବେଳେ କେଏଲ ରାହୁଲ ୧୦୨ରନର ପାଳି ଖେଳିଥିଲେ । ପରେ ଶ୍ରେୟସ ଏବଂ ରିଷଭ ପନ୍ତଙ୍କ ଧୁଆଁଧାର ବ୍ୟ।ଟିଂ ସାହାଯ୍ୟରେ ଭାରତ ୱେଷ୍ଟଇଣ୍ଟିଜ ସମ୍ମୁଖରେ ୩୮୮ରନର ଟାର୍ଗେଟ ରଖିଥିଲେ ।
ରୋହିତଙ୍କର ଏହା ୨୮ତମ ଶତକ ହୋଇଥିବା ବେଳେ ୧୩୮ ବଲରେ ୧୫୯ରନ ହାସଲ କରିଥିଲେ । ଅନ୍ୟପଟେ କେଏଲ ରାହୁଲଙ୍କର ଏହା ତୃତୀୟ ଶତକ ଥିବା ବେଳେ ସେ ଶତକ ହାସିଲ କରି ସାରିବା ପରେ ନିଜର ୱିକେଟ ହରାଇ ବସିଥିଲେ । ସେପଟେ ଭାରତୀୟ ଅଧିନାୟକ ବିରାଟ କୋହିଲୀ ପ୍ରଥମ ବଲରେ ହିଁ କୌଣସି ବି ରନ ନକରି ନିଜର ୱିକେଟ ହରାଇଥିଲେ । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ୱିକେଟ ହରାଇ ୩୮୭ରନ ହାସଲ କରିଥିଲା । ସେହିପରି ୱେଷ୍ଟଇଣ୍ଡିଜ ପକ୍ଷରୁ କୋଟରେଲ ସର୍ବାଧବକ ୨ ୱିକେଟ ହାସଲ କରିବାରେ ସଫଳ ହୋଇପାରିଥିଲେ । ବର୍ତ୍ତମାନ ସୁଦ୍ଧା ୱେଷ୍ଟଇଣ୍ଡିଜ ୧୧ ଓଭରରେ ୧ଗୋଟିଏ ୱିକେଟ ହରାଇ ୬୧ରନ କରିଛି।