ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ଷର ଆରମ୍ଭରେ ଭାରତୀୟ ଦଳର ଦମଦାର ବିଜୟ । ଘରୋଇ ମାଟିରେ ବିରାଟ ବାହିନୀରେ ସିରିଜ ଜିତି ଜବରଦସ୍ତ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ବର୍ଷର ପ୍ରଥମ ଅନ୍ତରାଷ୍ଟ୍ରୀୟ ସିରିଜରେ ଭାରତ –ଶ୍ରୀଲଙ୍କାକୁ ସମ୍ନା କରିଥିଲା । ଭାରତ ୭୮ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଛି । ଗୌହାଟୀରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ବର୍ଷା ଯୋଗୁ ବାତିଲ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚଟିକୁ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା ।
ତେବେ ଶୁକ୍ରବାର ଦିନ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନ ପରେ ବୋଲର ମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଫଳରେ ସିରିଜ ଜିତି ପରିଥିଲା ଭାରତୀୟ ଦଳ । ମ୍ୟାଚର ଆରମ୍ଭରେ ଶ୍ରୀଲଙ୍କା କ୍ୟାପଟେନ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା କୁ ନିଷ୍ପତ୍ତି ଗ୍ରହଣ କରିଥିଲା । ୨୦ ଓଭରରେ ଭାରତ ୬ୱିକେଟ ହରାଇ ୨୦୧ରନ ସଂଗ୍ରହ କରିପାରିଥିଲା ।
ପରେ ଘରୋଇ ବୋଲରଙ୍କୁ ସାମ୍ନା କରି ଶ୍ରୀଲଙ୍କା ୧୫.୫ ଓଭରରେ ୧୨୩ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରାହୁଲ ସର୍ବାଧିକ ୫୪ରନ କରିଥିବା ବେଳେ ଧୱନ ୫୨ କରିଥିଲେ । ସେହିପରି ଜଶପ୍ରୀତ ବୁମରାଙ୍କୁ ୧ଟି ୱିକେଟ ମିଳିଥିବା ବେଳେ, ଶାର୍ଦ୍ଦୁଳ ଠାକୁରଙ୍କୁ ୨ଟି ୱିକେଟ ମିଳିଥିଲା, ନଭଦୀପ ସୈନିଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଥିବା ବେଳେ, ୱାଶିଂଟନ ସୁନ୍ଦରଙ୍କୁ ୨ଟି ୱିକେଟ ମିଳିଥିଲା ଆଉ ୨ଟି ୱିକେଟ ରନ ଆଉଟ ସ୍ୱରୂପ ମିଳିଥିଲା।