ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଭାରତ ମାରିଦେଲା ବାଜି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟକୁ ମୂଳପୋଛ କରିଛି ଭାରତ । ଏକ ତରଫା ଭାବରେ ଘରୋଇ ଦଳକୁ ୧୩୭ ରନରେ ହରାଇ ପରାସ୍ତ କରିଛି । ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ବୁମରା ଏବଂ ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଇଶାନ୍ତ ଏବଂ ସାମି ୨ଟି ୱିକେଟ ନେଇ ଦଳକୁ ବିଜୟ ଦେବାରେ ସଫଳ ହୋଇଛନ୍ତି ।ତେବେ ଏହି ମ୍ୟାଚରେ ବୁମରାଙ୍କୂ ପ୍ଳେୟାର ଅଫ ଦି ମ୍ୟାଚ ମିଳିଛି । ବୁମରା ଦୁଇଟି ପାଳିରେ ୯ଟି ୱିକେଟ ନେଇ ଦଳକୁ ବିଜୟର ସ୍ୱାଦ ଚଖାଇଛନ୍ତି ।
ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଦଳ ୪୪୩ ରନରେ ପାଳି ଘୋଷଣା କରିଥିଲା । ସେପଟେ କଙ୍ଗାରୁ ଦଳ ପ୍ରଥମ ପାଳିରେ ମାତ୍ର ୧୫୧ ରନରେ ଅଲଆଉଟ ହୋଇ ଯାଇଥିଲା । ଫଳରେ ଭାରତ ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ଠାରୁ ଆଗରେ ରହିଥିଲା । ଭାରତ ତାର ଦ୍ୱିତୀୟ ପାଳିରେ ମାତ୍ର ୧୦୬ ରନ କରି ପୁନର୍ବାର ପାଳି ଘୋଷଣା କରିଥିଲା । ତେବେ ଅଷ୍ଟ୍ରେଲିଆ ଆଗରେ ୩୯୯ ରନର ବିଜୟ ଲକ୍ଷ ରହିଥିଲା । ଏହି ସ୍କୋରକୁ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆ ୨୬୧ ରନରେ ଆଣ୍ଠେଇଥିଲା । ଫଳରେ ଭାରତ ୧୩୭ ରନରେ ବିଜୟ ହୋଇଥିଲା ।