ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ପାଇଁ ୨୦୧୯ ବହୁତ ଭଲ ଥିଲା । ମାତ୍ର ୱାନଡେ ବିଶ୍ୱକପ୍ ସେମିଫାଇନାଲ ର ବିଫଳକୁ କେବେ ବି ଭୁଲି ହେବନି । ନ୍ୟୁଜିଲାଣ୍ଡ ବିପକ୍ଷରେ ହୋଇଥିବା ମ୍ୟାଚରେ ଭାରତର ବିଫଳ ଆଜି ବି ବିରାଟ କୋହଲିଙ୍କ ମନକୁ ବିବ୍ରତ କରିଦେଉଛି । ସେହି ମ୍ୟାଚ୍ ହାରିବାକୁ ନେଇ ନିକଟରେ ବିରାଟ କୋହଲି ଏକ ଖୁଲାସା କରିଛନ୍ତି ।
ବିରାଟ କହିଛନ୍ତି କି, ମୋ ମନରେ ବିଶ୍ୱାସ ରହିଥିଲା ଯେ ଯେକୌଣସି ଗୋଟେ ମ୍ୟାଚ୍ ରେ ଟିମ୍ କୁ ମୋର ଆବଶ୍ୟକ ପଡିବ ଏବଂ ମୁଁ ଛିଡା ହୋଇ ପ୍ରଦର୍ଶନ କରିବି । ମୁଁ ନଟଆଉଟ୍ ହୋଇ ରହିବି, ଏହା ମୋର ଆନ୍ତରିକ ଅଂହକାର ଥିଲା । କିନ୍ତୁ ନ୍ୟୁଜଲାଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ୍ ଇଣ୍ଡିଆର ଟପ୍ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ ହୋଇଯାଇଥିଲା ।
ବିରାଟଙ୍କ ଏହି ମୁକାବିଲାରେ ନ୍ୟୁଜଲାଣ୍ଡର ଦୃତ ବୋଲିଂର ବଲ୍ ରେ ୧ ରନ୍ ର ବ୍ୟକ୍ତିଗତ ସ୍କୋରରେ ଏଲବିଡବ୍ଲ୍ୟୁ ହୋଇଯାଇଥିଲେ । ମ୍ୟାଚ୍ ରେ ନ୍ୟୁଜଲାଣ୍ଡ ପ୍ରଥମେ ଖେଳି ୮ ୱିକେଟ୍ ରେ ୨୩୯ ରନ୍ କରିଥିଲା । ମାତ୍ର ଟିମ୍ ଇଣ୍ଡିଆର ରବିନ୍ଦ୍ର ଜାଡେଜା ଏବଂ ଧାନୀଙ୍କ ଅର୍ଦ୍ଧଶତକ ପରେ ବି ନ୍ୟୁଜଲାଣ୍ଡକୁ ହରାଇପାରିନଥିଲା ଟିମ୍ ଇଣ୍ଡିଆ ।