ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସିଆ କପ୍ ୨୦୨୩ ଖେଳିବା ପୂର୍ବରୁ ସମସ୍ତ ଖେଳାଳୀଙ୍କ ପାଇଁ ଜରୁରୀ ଫିଟନେସ୍ ଟେଷ୍ଟ । ସମସ୍ତ ଖେଳାଳୀଙ୍କୁ କରିବାକୁ ହେବ ଫିଟନେସ୍ ଟେଷ୍ଟ ପାସ୍ ।
ମିଳିଥିବା ଏକ ରିପୋର୍ଟ ମୁତାବକ, ସମସ୍ତ ଖେଳାଳୀଙ୍କୁ ସମ୍ପୂର୍ଣ୍ଣ ଶରୀର ଟେଷ୍ଟ କରିବାକୁ ହେବ । ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଉପସ୍ଥିତ ଥିବା ଫିଜିଓ ଖେଳାଳିଙ୍କ ଫିଟନେସ୍ ଯାଞ୍ଚ କରିବେ ଏବଂ ଯେଉଁମାନେ ଫିଟନେସ୍ ଟେଷ୍ଟରେ ପାସ୍ କରିବାରେ ବିଫଳ ହେବେ ସେମାନଙ୍କୁ ମଧ୍ୟ ଏସିଆ କପ୍ରୁ ବାହାର କରିଦିଆଯାଇପାରିବ।