ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ୟୁଏଇ ରେ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ କୁ ନେଇ ରବିବାର ଗର୍ଭର୍ଣ୍ଣିଙ୍ଗ କାଉଁସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ମହାମାରୀ କରୋନା ପାଇଁ ଚଳିତବର୍ଷ ଦେଶ ବାହାରେ ହେବାକୁ ଯାଉଥିବା ଲିଗ୍ କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଲିଗ୍ କରିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଅନୁମତି ମିଳିଯାଇଛି କିନ୍ତୁ ବର୍ତ୍ତମାନ ଯାଏଁ ସିଡ୍ୟୁଲ ପ୍ରସ୍ତୁତ ହୋଇନାହିଁ ।
ସୂଚନାମୁତାବକ, ବୋର୍ଡ ଏବଂ ପ୍ରସାରକଙ୍କ ମଧ୍ୟରେ ବୈଠକ ହେବା ବାକି ରହିଛି । ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତିକୁ ନେଇ କୌଣସି ସ୍ପଷ୍ଟ ହୋଇନାହିଁ କିନ୍ତୁ ପ୍ରଥମ ମ୍ୟାଚ୍ ଖାଲି ଷ୍ଟାଡିୟମରେ କରାଯିବ ବୋଲି ଶୁଣିବାକୁ ମିଳୁଛି । ମ୍ୟାଚ୍ ଆଗକୁ ବଢିବା ପରେ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ଦିଆଯିବ । ମ୍ୟାଚ୍ କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି ଯେପରିକି…
– ୧୩ତମ ସଂସ୍କରଣ ୧୯ ସେପ୍ଟମ୍ବରରୁ ୧୦ ନଭେମ୍ବର ମଧ୍ୟରେ ଖେଳାଯିବ ।
– ଶନିବାର ଓ ରବିବାର ଦିନ ଫାଇନାଲ ମ୍ୟାଚ୍ ଖେଳା ଯିବନି
– ସମସ୍ତ ମ୍ୟାଚ୍ ୟୁଏଇ ର ତିନୋଟି ସହରରେ ଖେଳାଯିବ
– କରୋନା କାଳରେ ୫୧ ନୁହେଁ ବରଂ ମ୍ୟାଚ୍ ୫୩ ଦିନ ପର୍ଯ୍ୟନ୍ତ ଚାଲିବ ।